ମହଙ୍ଗା ଚକୋଲେଟ୍‌

0

ରେକର୍ଡ ନିଶା ଏବଂ ଚର୍ଚ୍ଚାରେ ରହିବାର ଆଶାରେ ଆଜିକାଲି ଲୋକେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ବି ପଛାଉ ନାହାନ୍ତି । ‘ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍ଡ ରେକଡର୍ସ’ରେ ନିଜ ନାମକୁ ସାମିଲ କରିବା ପାଇଁ ପର୍ତ୍ତୁଗାଲର ଏକ କମ୍ପାନୀ ବିଶ୍ୱର ସବୁଠାରୁ ଦାମୀ ଚକୋଲେଟ୍‌ ପ୍ରସ୍ତୁତ କରି ରେକର୍ଡ ସୃଷ୍ଟି କରିଛି । ୨୩ କ୍ୟାରେଟ୍‌ ସୁନାର ମିଶ୍ରଣରେ ପ୍ରସ୍ତୁତ ଏହି ଚକୋଲେଟ୍‌ ଖୁବ୍‌ ସୁଆଦିଆ ହେବା ସହ ସ୍ୱାସ୍ଥ୍ୟ ନିମନ୍ତେ ବି ହାନିକାରକ ନୁହେଁ । ପର୍ତ୍ତୁଗାଲରେ ଆୟୋଜିତ ହୋଇଥିବା ଚକଲେଟ୍‌ ଉସିବରେ ବିଶ୍ୱର ସବୁଠାରୁ ଦାମୀ ଚକଲେଟ ଭାବେ ଏହା ସ୍ଥାନ ପାଇଥିଲ । ଏହି ଚକୋଲେଟ ନାମ ‘ଗ୍ଲୋରିୟସ୍‌’ ରଖାଯାଇଛି । ଦାମୀ ବାକ୍ସରେ ଉପଲବ୍ଧ ଏହି ଚକୋଲେଟ୍‌ ପ୍ୟାକେଟର ମୂଲ୍ୟ ୬ଲକ୍ଷ ଟଙ୍କା । ମାତ୍ର ବର୍ଷକ ପୂର୍ବରୁ ପର୍ତ୍ତୁଗାଲରେ ଏହି ଚକୋଲେଟ୍‌ ପ୍ରସ୍ତୁତ ହେବା ଆରମ୍ଭ ହୋଇଥିଲା । କି;ୁ ଏବେ ଏହା ହଜାର ହଜାର ସଂଖ୍ୟାରେ ପ୍ରସ୍ତୁତ କରାଯାଇ ଦୁବାଇ, ରୁଷ, ଆମେରିକାକୁ ରପ୍ତାନୀ କରାଯାଉଛି । ଦିନକୁ ଦିନ ଏହାର ଚାହିଦା ବଢିବାରେ ଲାଗିଛି । ଚକୋଲେଟ କମ୍ପାନୀ ମାଲିକଙ୍କ କହିବାମୁତାବକ ଯଦି ଚାହିଦା କ୍ରମାଗତ ଭାବେ ବଢେ ତେବେ କମ୍ପାନୀ ଚକୋଲେଟ୍‌ ପ୍ରସ୍ତୁତିର ମାତ୍ରାକୁ ଆହୁରୀ ବଢେଇବା ସହ ଅନ୍ୟାନ ଦେଶମାନଙ୍କୁ ମଧ୍ୟ ରପ୍ତାନୀ କରିବ । କେଶର, ଟ୍ରଫଲ, ବେଲଜିୟମ୍‌ ଚକୋ ପାଉଡର, ବେଲଜିୟମ୍‌ ଭ୍ୟାନିଲା, ଚକୋ ପାଉଡର ମିଶ୍ରିତ ଏହି ଚକୋଲେଟକୁ ଫ୍ରିଜରେ ୧ ମାସ ପର୍ଯ୍ୟନ୍ତ ରଖି ଖାଇହେବ ।

Leave A Reply

Your email address will not be published.