ମହାନଦୀ ଜଳବିବାଦ : ମାର୍ଚ୍ଚ ୯ରେ ଚୂଡାନ୍ତ ରାୟ ଦେବେ ଟ୍ରିବ୍ୟୁନାଲ

0

ଭୁବନେଶ୍ୱର,୯/୨: ମହାନଦୀ ଜଳବିବାଦ ମାମଲାର ଶୁଣାଣି ଆଜି ଟ୍ରିବ୍ୟୁନାଲରେ ହୋଇଛି । ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଶୁଣାଣି ଶନିବାର ଶେଷ ହୋଇଛି । ତେବେ ଚୂଡାନ୍ତ ରାୟ ଲାଗି ମାର୍ଚ୍ଚ ୯ ତାରିଖ ଧାର୍ଯ୍ୟ କଲେ ଟ୍ରିବ୍ୟୁନାଲ । ଚୂଡାନ୍ତ ରାୟ ପୂର୍ବରୁ ଓଡ଼ିଶା ଓ ଛିତିଶଗଡ଼କୁ ଟ୍ରିବ୍ୟୁନାଲ ପରାମର୍ଶ ଦେଇଛନ୍ତି । ଉଭୟ ରାଜ୍ୟର ସରକାର ଦେଇଥିବା ସତ୍ୟପାଠକୁ ତଥ୍ୟ ପ୍ରମାଣ ସହ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ସପ୍ତାହ ମଧ୍ୟରେ ତଥ୍ୟ ପ୍ରମାଣ ସହ ଲିଖିତ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ପରସ୍ପରଙ୍କ ମଧ୍ୟରେ ଆପୋସରେ ସମାଧାନ ଲାଗି ଉଭୟ ରାଜ୍ୟଙ୍କୁ କହିଛନ୍ତି ଟ୍ରିବ୍ୟୁନାଲ । ଯଦି ଆପୋସରେ ସମାଧାନ ନହେଲେ ମାର୍ଚ୍ଚ 9ରେ ରାୟ ଦିଆଯିବ ବୋଲି ଟ୍ରିବ୍ୟୁନାଲ କହିଛନ୍ତି । ଅଣମୌସୁମୀରେ ୧.୭୪ ନିୟୁତ କୋଟି ଘନଫୁଟ ଜଳ ଦାବି କରୁଛି ।
ପୂର୍ବରୁ ଡିସେମ୍ବର ୧୫ରେ ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦର ଶୁଣାଣି ମହାନଦୀ ଟ୍ରିବ୍ୟୁନାଲରେ ହୋଇଥିଲା । ଶୁଣାଣି ସମୟରେ ଓଡିଶାକୁ ସତ୍ୟାପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଟ୍ରିବ୍ୟୁନାଲ । ଓଡିଶା ତାର ଯୁକ୍ତି ଉପସ୍ଥାପନା କରିବା ପରେ ସତ୍ୟପାଠ ଦାଖଲ କରିବାକୁ କହିଥିଲା ଟ୍ରିବ୍ୟୁନାଲ ।
ଡିସେମ୍ବର ୧୫ରେ ତାରିଖରେ ହୋଇଥିବା ଶୁଣାଣିରେ ଛତିଶଗଡ଼ ବେଆଇନଭାବେ ମହାନଦୀ ପାଣିକୁ ଅବରୋଧ କରୁଥିବା ଓଡିଶା ନିଜର ଯୁକ୍ତି ଉପସ୍ଥାପନ କରିଥିଲା ।

Leave A Reply

Your email address will not be published.