ମହାମେଣ୍ଟରେ ସାମିଲ ହେବନି ବିଜେଡି : ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର,୯/୧ : ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଜାତୀୟସ୍ତରରେ ବିଭିନ୍ନ ଆଞ୍ଚଳିକ ଦଳକୁ ନେଇ ମହାମେଣ୍ଟର ପ୍ରସ୍ତୁତି ଚାଲିଛି। ଗୋଟିଏ ପଟେ କଂଗ୍ରେସ ମହାମେଣ୍ଟ ନେଇ ଅଣ୍ଟା ଭିଡିଥିବା ବେଳେ ଅନ୍ୟ ପଟେ ପଶ୍ଚିମବଙ୍ଗ, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଫେଡେରାଲ ଫ୍ରଣ୍ଟ ନେଇ ପ୍ରୟାସ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ମହାମେଣ୍ଟରେ ବିଜେଡିର ସାମିଲ ହେବା ଦେଖାଦେଇଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଆଜି ଗଣମାଧ୍ୟମର ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାମେଣ୍ଟରେ ବିଜେଡି ନାହିଁ କହି ସ୍ପଷ୍ଟ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାମେଣ୍ଟରେ ତାଙ୍କ ଦଲ ସାମିଲ ହେବ ନାହିଁ। ତେବେ ଦଳ କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ୱ ବଜାୟ ରଖିଥିବା ନେଇ ମଧ୍ୟ ସେ ସ୍ପଷ୍ଟ କରିଛନ୍ତି। ବିଜେଡିର ଆଭିମୁଖ୍ୟକୁ ରାଜନୈତିକ ବିଶେଷଜ୍ଞ ଦୋମୁହାଁନୀତି ବୋଲି କହିଛନ୍ତି। କାରଣ ବିଜେଡି ପୂର୍ବରୁ ସମଦୂରତ୍ଵ କଥା କହି କେନ୍ଦ୍ରରେ ପୂର୍ବରୁ ରହିଥିବା ୟୁପିଏ ସରକାର ହେଉ କି ଏବେର ଏନଡିଏ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ ଦେଇ ଆସିଛନ୍ତି। ନିଜର ନିହିତ ରାଜନୈତିକ ସ୍ଵାର୍ଥ ପାଇଁ ବିଜେଡି ଏପରି ଆଭିମୁଖ୍ୟ ଗ୍ରହଣ କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.