ମୁମ୍ବାଇ,୭/୧: ମହାରାଷ୍ଟ୍ରରେ ଲୋକସଭା ଆସନ ବୁଝାମଣା ନେଇ ଭାଜପା ଏବଂ ଶିବସେନା ମଧ୍ୟରେ ଆଲୋଚନା ହେବା ନେଇ ନାନା କଳ୍ପନାଜଳ୍ପନା ଜାରି ରହିଥିବାବେଳେ ଏବେ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କ ପ୍ରତି ଦେଇଛନ୍ତି ବିବାଦୀୟ ମନ୍ତବ୍ୟ। କେନ୍ଦ୍ର ସରକାର ତଥା ମହାରାଷ୍ଟ୍ର ରାଜ୍ୟ ସରକାରଙ୍କ ସହିତ ଭାଜପା ଶିବସେନା ସହିତ ମିଳିତ ହୋଇ ଶାସନ ଡୋର ଧରିଛି ବୋଲି କହିଛନ୍ତି ଶାହ। ଏପରିସ୍ଥଳେ ଦୁଇ ଦଳ ମଧ୍ୟରେ ଫାଟ ବଢ଼ିବା ସହିତ ଦୂରତା ବୃଦ୍ଧି ପାଇଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।