ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଧର୍ମେନ୍ଦ୍ର, ତୈଳ ଏବଂ ଗ୍ୟାସର ଭିତିଭୂମିକୁ ଗୁରୁତ୍ୱ

0

ନୂଆଦିଲ୍ଲୀ,୧୮/୭ : କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କୁ ସାକ୍ଷାତ କରିଥିଲେ । ସେ ରାଜ୍ୟରେ ତୈଳ ଏବଂ ଗ୍ୟାସର ଭିତିଭୂମିକୁ ମଜବୁତ୍ କରିବା ସହ ମହାରାଷ୍ଟ୍ରର ବିକାଶ ପାଇଁ ବିଭିନ୍ନ ବିଷୟରେ ଆଲୋଚନା କରିଥିବା ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ।

ଏହି ଆଲୋଚନା କାଳରେ ଧର୍ମେନ୍ଦ୍ର ମହାରାଷ୍ଟ୍ରର ବିକାଶ, ରୋଜଗାର ଏବଂ ରାଜ୍ୟର ସମଗ୍ର ବିକାଶର ବୃଦ୍ଧି କରିବା ପାଇଁ ତୈଳ ଏବଂ ଗ୍ୟାସର ଭିତିଭୂମିକୁ ମଜବୁତ୍ କରିବା ଉପରେ ଗୁରୁତ୍ୱ ଆରୋପ କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.