ପୂର୍ବେ ମହିଳାମାନଙ୍କୁ ଘରୁ କେଉଁଆଡେ ଯିବାକୁ ଅନୁମତି ମିଳୁନଥିଲା । କିନ୍ତୁ ବର୍ତ୍ତମାନ ମହିଳାମାନଙ୍କ ଦାୟିତ୍ୱ ବଢିଯାଇଛି । ଘର ହେଉ ଅବା ବାହାର ସମସ୍ତ ସ୍ଥାନରେ ମହିଳାଙ୍କ ବେଶୀ କାର୍ଯ୍ୟ କରିବାକୁ ପଡୁଛି । ଘର ସହିତ ବାହାର କାର୍ଯ୍ୟର ଦାୟିତ୍ୱ ସୁରୁଖୁରୁ ଭାବେ ତୁଲାଇବା ସହ ପୁନଶ୍ଚ ଆଉ ଏକ ପ୍ରଭାତ ପାଇଁ ପ୍ରସ୍ତୁତ ହେବାପାଇଁ ମହିଳାଙ୍କୁ ପ୍ରଚୁର ଶକ୍ତି ପ୍ରଦାୟୀ ଖାଦ୍ୟ ଖାଇବା ଆବଶ୍ୟକ । ତେବେ ଜାଣନ୍ତୁ ଖାଦ୍ୟ ପଦାର୍ଥରେ କେଉଁ କେଉଁ ଡ୍ରାଏଫ୍ରୁଟ୍ ସାମିଲ୍ କରିବା ଆବଶ୍ୟକ ।
* ଡିମ୍ବିରି ଫଳ- ଡିମ୍ବିରି ଫଳ ପେଟ ପାଇଁ ଖୁବ୍ ଉପାଦାୟୀ ହୋଇଥାଏ । ପେଟ ସମ୍ବନ୍ଧିତ ସମସ୍ତ ସମସ୍ୟା କମିଯାଏ । ଏହାସହ ଶରୀରକୁ ତୁରନ୍ତ ଶକ୍ତି ମଧ୍ୟ ମିଳିଥାଏ । ତେଣୁ ସକାଳୁ ପ୍ରତିଦିନ ଏହାକୁ ଖାଇବା ଆବଶ୍ୟକ । ଡିମ୍ବିରି ଫଳ ଖାଇବା ପାଇଁ ରାତିରେ ୧ କପ୍ ପାଣିରେ ୨ଟି ଡିମ୍ବିରି ଫଳ ଭିଜାଇ ରଖି ସକାଳୁ ପାଣିକୁ ପିଇବା ସହ ତାକୁ ଖାଇବା ଆବଶ୍ୟକ । ଚାହିଁଲେ ଚା’ କିମ୍ବା ଦୁUରେ ମିଶାଇ ସେବନ କରିପାରିବେ ।
* କିସ୍ମିସ୍୍- ଯେଉଁ ମହିଳାଙ୍କ ଶରୀରରେ କମ୍ ପରିମାଣରେ ଆଇରନ୍ ରହିଥାଏ ଏହା ମହୋଷଧୀ ରୂପେ କାର୍ଯ୍ୟ କରିଥାଏ । ଏଥିପାଇଁ ରାତିରେ ଅଳ୍ପ ପାଣିରେ ୧୦ଟି କିସ୍ମିସ୍ ଭିଜାଇ ରଖି ସକାଳୁ ଏହାକୁ ଖାଇବା ଆବଶ୍ୟକ । ଏଥିରେ ଅଳ୍ପ ମେଥିଦାନା ଭିଜାଇ ଖାଇଲେ ମଧ୍ୟ ସୁଫଳ ମିଳିଥାଏ । ଗୋଟେ ଗ୍ଲାସ ପାଣିରେ ୧୦ଟି କିସ୍ମିସ୍କୁ ଗରମ କରି ପାଣିକୁ ଅଧା କରିଦେବା ଆବଶ୍ୟକ । ଏହାକୁ ଏକ କାଚପାତ୍ରରେ କାଢି ଗୁଡ ମିଶାଇ ସେବନ କଲେ ମଧ୍ୟ ଚଳିବ । କିନ୍ତୁ ଏହାକୁ ଥରେ ନୁହେଁ ଦିନରେ ୨-୩ ଥର ଏପରି କରିବା ଆବଶ୍ୟକ ହୋଇଥାଏ ।
Prev Post
Next Post