ମହିଳା ଶସସ୍ତ୍ରୀକରଣର ଜ୍ୱଳନ୍ତ ଉଦାହରଣ ମାଟୁଙ୍ଗା ଷ୍ଟେସନ

0

ଭାରତରେ ଏପରି ଅନେକ ଷ୍ଟେସନ୍‌ ଅଛି, ଯାହା ସ୍ୱଚ୍ଛତା ପାଇଁ ଜଣାଶୁଣା ତ ଆଉ କିଛି ବଡ଼ ଷ୍ଟେସନ୍‌ ନିମନ୍ତେ ଜଣାଯାଏ । ଆଉ କିଛି କ୍ଷୁଦ୍ର ଷ୍ଟେସନ୍‌ ନାମରେ । ଏପରି ଅନେକ ଷ୍ଟେସନ୍‌ ରହିଛି, ଯାହା ଏପରି ବିଭିନ୍ନ ପ୍ରକାରର ରେକର୍ଡରେ ସାମିଲ୍‌ ହୋଇଛି । କି;ୁ ମାଟୁଙ୍ଗା ରେଳ ଷ୍ଟେସନ ଏକ ଭିନ୍ନ ରେକର୍ଡ ହାସଲ କରି ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ନିଜର ନାମକୁ ସାମିଲ୍‌ କରିଛି । ଚର୍ଚ୍ଚାର କାରଣ ହେଉଛି, ଏଠାରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ମହିଳା । ଭାରତରେ ଏହା ହେଉଛି ଏକମାତ୍ର ଷ୍ଟେସନ, ଯେଉଁଠି ସବୁ କର୍ମଚାରୀ ହେଉଛନ୍ତି ମହିଳା । ଏହି ଷ୍ଟେସନରେ ମୋଟ ୪୧ ଜଣ ମହିଳା କାର୍ଯ୍ୟକରନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଷ୍ଟେସନ ମ୍ୟାନେଜର ମମତା କୁଲକର୍ଣ୍ଣୀ, ୧୭ ଜଣ ବୁକିଂ କ୍ଲର୍କ, ୬ ଜଣ ଆରପିଏଫ୍‌ ଯବାନ, ୮ ଜଣ ଟିଟି, ୫ ଜଣ ପଏଣ୍ଟ ପର୍ସନ, ୨ ଜଣ ଘୋଷିକା, ଓ ୨ ଜଣ ସଫେଇ କର୍ମଚାରୀ । ବିଗତ ଛଅ ମାସ ଧରି ଏହି ମହିଳା କର୍ମଚାରୀମାନେ ମାଟୁଙ୍ଗା ରେଳଷ୍ଟେସନକୁ ପରିଚାଳନା କରିଆସୁଛନ୍ତି । ବର୍ତ୍ତମାନ ମହିଳା ଶସ୍ତ୍ରୀକରଣର ଏହି ରେଳଷ୍ଟେସନ୍‌ ହେଉଛି ଜ୍ଜ୍ୱଳନ୍ତ ଉଦାହରଣ ।

Leave A Reply

Your email address will not be published.