ହାଇଦ୍ରାବାଦ, ୧୩/୧୨: ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍ଏସ୍)ର ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ଗୁରୁବାର ଦ୍ୱିତୀୟ ଥର ପାଇଁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । କେସିଆରଙ୍କ ସହ ପୂର୍ବ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଥିବା ଅନ୍ୟ ଜଣେ କ୍ୟାବିନେଟ୍ ମନ୍ତ୍ରୀ ମହମଦ୍ ମହମୁଦ୍ ଅଲି ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ରାଜ ଭବନଠାରେ ଆୟୋଜିତ ସମାରୋହରେ ମଧ୍ୟାହ୍ନ ୧ ଟା ୨୪ ମିନିଟ ସମୟରେ ରାଜ୍ୟପାଳ ଇଏସ୍ଏଲ୍ ନରସିଂହମ୍ କେସିଆର୍ ଏବଂ ମହମଦ୍ ମହମୁଦ୍ ଅଲିଙ୍କୁ ମଧ୍ୟ ଶପଥ ପାଠ କରାଇଛନ୍ତି । ଭୋଙ୍ଗିର ଜିଲ୍ଲାର ଯାଦଗିରିଠାରେ ଥିବା ପ୍ରଭୁ ଲକ୍ଷ୍ମୀନରସିଂହ ସ୍ୱାମୀ ମନ୍ଦିରର ବୈଦିକ ପଣ୍ଡିତମାନେ ନିର୍ଦ୍ଧାରଣ କରିଥିବା ସମୟରେ କେସିଆର ଶପଥ ଗ୍ରହଣ କରିଛନ୍ତି । ଏହା ‘ମହେନ୍ଦ୍ର ବେଳା’ ଥିଲା ବୋଲି ପଣ୍ଡିତମାନେ କହିଛନ୍ତି । ତେବେ ଆସନ୍ତା ସପ୍ତାହ ମଧ୍ୟରେ କେସିଆର ନିଜ ମନ୍ତ୍ରିମଣ୍ଡଳର ଚୟନ କରିବେ ବୋଲି ସୂଚନା ଦେଇଛନ୍ତି । ତାଙ୍କ ମନ୍ତ୍ରିମଣ୍ଡଳରେ ୧୮ ଜଣ ମନ୍ତ୍ରୀ ରହିବେ ବୋଲି ସୂଚନା ମଳିଛି ।