ମାଇକ୍ରୋ ଫାଇନାନ୍ସର ପୂର୍ବତନ ‘ପରିଚାଳକ ନିର୍ଦ୍ଦେଶକ’ ଇଡିରେ ହାଜର ହେଲେ

0

ଭୁବନେଶ୍ଵର,୧୮/୨: ଚିଟ୍ ଫଣ୍ଡ ଘୋଟାଲାର ତଦନ୍ତ ପ୍ରକ୍ରିୟାକୁ ଏବେ ସିବିଆଇ ଓ ଇଡି ଜୋରଦାର କରିଛି । କିଛି ଦିନ ପୂର୍ବେ ଏହି ଚିଟ୍ ଫଣ୍ଡ ମାମଲାରେ ଶାସକ ବିଜେଡ଼ି ଦଳର ଦୁଇ ହେଭିଓ୍ଵେଟ୍ ନେତା ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ସିବିଆଇରେ ହାଜର ହୋଇଥିଲେ । ଏହି କ୍ରମରେ ମାଇକ୍ରୋ ଫାଇନାନ୍ସର ପୂର୍ବତନ ପରିଚାଳକ ନିର୍ଦ୍ଦେଶକ (ଏମଡି) ଦୁର୍ଗା ପ୍ରସାଦ ମିଶ୍ର ଭୁବନେଶ୍ଵର ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ।

ଏହା ପୂର୍ବରୁ ହାଜର ହେବାକୁ ତାଙ୍କୁ ଇଡି ନୋଟିସ୍ ଜାରି କରାଯାଇଥିଲା । ଏହା ପରେ ସୋମବାର ସେ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ଅଧିକାରୀ ତାଙ୍କୁ ବେଆଇନ ଅର୍ଥ କାରବାର ଅଭିଯୋଗରେ ପଚରାଉଚୁରା କରିଛନ୍ତି । ଏହା ପୂର୍ବରୁ ଦୁର୍ଗା ପ୍ରସାଦ ମିଶ୍ର ସିବିଆଇ ଦ୍ଵାରା ଗିରଫ ହୋଇ ଜାମିନରେ ଥିଲେ ।

Leave A Reply

Your email address will not be published.