ମାଇକ୍ରୋପ୍ଲାଷ୍ଟିକ୍‌ ପ୍ରଦୂଷଣ

0

ପୃଥିବୀସାରା ମାଇକ୍ରୋପ୍ଲାଷ୍ଟିକ୍‌ ପ୍ରଦୂଷଣ । ସଦ୍ୟତମ ଅନୁଧ୍ୟାନରୁ ଜଣାଯାଇଛି ବିଭିନ୍ନ ହ୍ରଦ ଓ ନଦୀଠାରୁ ଆରମ୍ଭ କରି ଭୂତଳ ଜଳ, ସମୁଦ୍ର ତଟ, ଏପରିକି ପାହାଡ଼ ପର୍ବତର ଉପରିଭାଗ ଓ ଗଭୀର ସମୁଦ୍ରରେ ଏହି ପ୍ରଦୂଷଣ ମାତ୍ରାଧିକ ସ୍ତରକୁ ଗଲାଣି । ପଶୁପକ୍ଷୀ, କୀଟପତଙ୍ଗ, ମଣିଷ ଆଦି ସମସ୍ତଙ୍କ ଖାଦ୍ୟ ଓ ପାନୀୟ ମାଧ୍ୟମରେ ପ୍ରତିଦିନ କ୍ଷୁଦ୍ରାତିକ୍ଷୁଦ୍ର ପ୍ଲାଷ୍ଟିକ୍‌ ପେଟ ଭିତରକୁ ଯାଉଛି । ସାମୁଦ୍ରିକ ଜୀବଗଣ ପ୍ଲାଷ୍ଟିକ୍‌କୁ ଖାଦ୍ୟ ଭାବି ନିୟମିତ ସେଗୁଡ଼ିକୁ ଗିଳୁଛନ୍ତି । ତେଣୁ ପ୍ରତ୍ୟେକ ସାମୁଦ୍ରିକ ଜୀବର ଶରୀରରେ ମାଇକ୍ରୋପ୍ଲାଷ୍ଟିକ୍‌ ଥିବା ଜଣାପଡ଼ିଛି ।
ସର୍ବତ୍ର ମାଇକ୍ରୋ ପ୍ଲାଷ୍ଟିକ୍‌ର ଉପସ୍ଥିତି ଯୋଗୁଁ ଭବିଷ୍ୟତରେ କି ବିପଦ ସୃଷ୍ଟି ହେବ ସେ ବିଷୟରେ ସବିଶେଷ ଗବେଷଣା ଏଯାଏ ହୋଇନାହିଁ ।
ସମୁଦ୍ର ବେଳାଭୂମିରୁ ସଂଗୃହୀତ ୨୭୫ ମାଇକ୍ରୋ ପ୍ଲାଷ୍ଟିକ୍‌ ସାମ୍ପୁଲରେ ୪୦୦ରୁ ଅଧିକ ପ୍ରକାରର ବ୍ୟାକ୍‌ଟେରିଆ ଥିବା ସିଙ୍ଗାପୁର ରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଗବେଷଣାରୁ ଜଣାଯାଇଛି । ଏ ପ୍ରକାର ବ୍ୟାକ୍‌ଟେରିଆ ବିଭିନ୍ନ କ୍ଷତ ସଂକ୍ରମଣର କାରଣ ବୋଲି ଜଣାପଡ଼ିଛି । ସିନ୍ଥେଟିକ୍‌ ବସ୍ତ୍ର, ଯାନବାହନର ଟାୟାର ଏବଂ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁରୁ ମାଇକ୍ରୋପ୍ଲାଷ୍ଟିକ୍‌ ଉତ୍ପନ୍ନ ହେଉଛି ।

Leave A Reply

Your email address will not be published.