ଭୁବନେଶ୍ୱର, ୧୧/୧ : ରାଜ୍ୟ ସରକାରଙ୍କ ତରଫରୁ ଗରିବଙ୍କ ପାଇଁ ଅନେକ ହିତାଧିକାରୀ ଯୋଜନା ପ୍ରସ୍ତୁତ କରାଯାଇଥିବା ବେଳେ ସରକାର ଏହି ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ପ୍ରତ୍ୟକ ଘରେ ମାଗଣାରେ ଏଲଇଡି ବଲ୍ବ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଆମ ଘରେ ଏଲ୍ଇଡି ଯୋଜନା’ର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ସମସ୍ତ ହିତାଧୀକାରୀମାନଙ୍କୁ ମାଗଣାରେ ୪ଟି ଲେଖାଏଁ ଏଲଇଡି ବଲ୍ ମିଳିବ, ଏହାଦ୍ୱାରା ରାଜ୍ୟର ୯୫ଲକ୍ଷ ପରିବାର ଉପକୃତ ହେବେ । ସରକାରଙ୍କ ‘ପିଠା’ କାର୍ୟ୍ୟକ୍ରମ ସମୟରେ ହିତାଧୀକାରୀଙ୍କୁ ଏହି ଏଲଇଡି ବଲ୍ୱ ବଣ୍ଟନ କରାଯିବ, ଆସନ୍ତା ଜାନୁଆରି ୧୫ ଓ ଫେବୃଆରି ମାସ ୧୫ ତାରିଖରେ ଏହି ଏଲଇଡି ବଲ୍ବ ବାଣ୍ଟିବାକୁ ନିଷ୍ପତ୍ତି ହୋଇଛି ।