ସାମଗ୍ରୀ-୨୫୦ ଗ୍ରାମ୍ ମାଛ, ୩ ଗୋଟି ବିଲାତି ଆଳୁ, ଏକ ଗୋଟି ରସୁଣ, ଚାରି ଚାମଚ ପୋସ୍ତ, ଅଧିକପ୍ ସୋରିଷ ତେଲ, ୫ ଗୋଟି କଞ୍ଚାଲଙ୍କା, ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ ।
ପ୍ରଣାଳୀ-ପ୍ରଥମେ ମାଛକୁ ଖଣ୍ଡ ଖଣ୍ଡ କାଟି ତା’ର କାତି କାଡି ପରିଷ୍କାର କରିଦେବ । କରେଇରେ ତେଲ ଗରମ କରି ମାଛ ଖଣ୍ଡ ଗୁଡ଼ିକୁ ଭାଜି କରି ତା’ର କଣ୍ଟା ସବୁ ପରିଷ୍କାର କରି କାଡିଦେବ । ଆଳୁର ଚୋପା କାଢି ଛୋଟ ଛୋଟ ଛୋଟ ଖଣ୍ଡ ୪ କୋଣିଆ କରି କାଟି ଦେବ । ରସୁଣର ଚୋପାକାଡି ଛେଚିକରି ରଖିବ । ପୋସ୍ତା ଏବଂ କଞ୍ଚାଳଙ୍କାକୁ ଚିMଣ କରି ବାଟି ରଖିବ । କଡେଇରେ ତେଲ ଗରମ କରି ରସୁଣ ଛେଚା ପକାଇ ଆଳୁକଟା ପକାଇବ । କମ୍ ନିଆଁରେ ଆଳୁ ଲାଲ୍ କରି ଭାଜିଦେବ । ଆଳୁ ସିଝିଗଲେ ସେଥିରେ ପୋସ୍ତା ବଟା, ମାଛ ଝୁରାକୁ ପକାଇ ତରକାରୀ ଓହ୍ଲାଇଦେବ ।
Prev Post
Next Post