ମାଡ଼ି ଆସୁଛି ବାତ୍ୟା ‘ବାୟୁ’ : ଗୁଜରାଟରେ ହାଇ ଆଲର୍ଟ, ଲୋକେ ଆତଙ୍କିତ

0

ଅହମ୍ମଦାବାଦ୍‌,୧୨/୬ : ଆରବ ସାଗରରେ ଲଘୁଚାପ ଯୋଗୁ ସୃଷ୍ଟି ହୋଇଥିବା ବାତ୍ୟା ‘ବାୟୁ’ ଗୁଜରାଟ ମୁହାଁ ହୋଇଛି। ଗୁରୁବାର ସକାଳେ ଏହା ଗୁଜରାଟ ଉପକୂଳ ଅଞ୍ଚଳରେ ଲାଣ୍ଡଫଲ୍‌ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି ୭୫ କିଲୋମିଟରରୁ ୧୩୫ କିଲୋମିଟର ରହିବାର ଆଶଙ୍କା ରହିଛି। ବାତ୍ୟା ‘ବାୟୁ’କୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଥିବାବେଳେ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଉଉପକୂଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିବା ସ୍ଥାନୀୟ ପ୍ରଶାସନ କହିଛି। ଉଦ୍ଧାରକାରୀ ଦଳଙ୍କୁ ସଜାଗ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ କଲେଜ ବନ୍ଦ କରାଯାଇଥିବାବେଳେ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି।

Leave A Reply

Your email address will not be published.