ମାନୁଷ ଚାଳକ

0

ଦିନକୁ ଦିନ ରାସ୍ତାରେ ଏତେ ମାତ୍ରାରେ ଗାଡ଼ି ମଟର ବଢିବାରେ ଲାଗୁଛି ଯେ, ଘଣ୍ଟା ଘଣ୍ଟା ଧରି ସଡ଼କ ଯାମ ହୋଇ ରହୁଛି । ବିନା ହର୍ଣ୍ଣରେ ଗାଡ଼ି ଚଲାଇବା ବି କଷ୍ଟକର ହୋଇପଡୁଛି । କି;ୁ ଆମେ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ ଜଣାଉଛୁ, ଯିଏ ବିନା ହର୍ଣ୍ଣରେ ଦୀର୍ଘ ୧୯ବର୍ଷ ହେବ ଗାଡ଼ି ଚଲେଇ ଆସୁଛନ୍ତି । ପରିବେଶକୁ ଶବ୍ଦ ପ୍ରଦୂଷଣକ ମୁକ୍ତ ରଖିବା ପାଇଁ କଲୋକତାର ଦୀପକ ଦାସ ବିନା ହର୍ଣ୍ଣରେ ଗାଡ଼ି ଚଳାଇଥାନ୍ତି । ଏଥିପାଇଁ ତାଙ୍କୁ ‘ମାନୁଷ ସମ୍ମାନ’ରେ ମଧ୍ୟ ସମ୍ମାନିତ କରାଯାଇଛି । ‘ମାନୁଷ ସମ୍ମାନ’ ଦୁର୍ଲଭ ଓ ଅସାମାନ୍ୟ କାମ କରିଥିବା ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥାଏ ।
ଦୀପକ ଦାସ କହନ୍ତି, ‘ହର୍ଣ୍ଣ ନ ବଜାଇ ଗାଡ଼ି ଚଳାଇବା ନୀତିକୁ ମୁଁ ବିଶ୍ୱାସ କରେ ଓ ଏ ନେଇ ଅନ୍ୟକୁ ମଧ୍ୟ ପ୍ରେରଣା ଦେଇଥାଏ । ମୋର ବିଶ୍ୱାସ ଯଦି ଚାଳକମାନେ ନୋ-ହର୍ଣ୍ଣ ନୀତି ପାଳନ କରିବେ । ତେବେ ଗାଡ଼ି ଚଳାଇବା ସମୟରେ ସେମାନେ ଅଧିକ ସଚେତନ ହୋଇ ରହିବେ । ଯଦି ଚାଳକ ସ୍ଥାନ କାଳ, ଗତି ଓ ସମୟ ସମ୍ପର୍କରେ ଅବଗତ ଅଛନ୍ତି, ତେବେ ତାଙ୍କୁ ଗାଡ଼ି ହର୍ଣ୍ଣ ବଜାଇବାର କୌଣସି ଆବଶ୍ୟକତା ନାହିଁ । ମୋତେ ଯେତେବେଳେ ଯାତ୍ରୀମାନେ ହର୍ଣ୍ଣ ବଜାଇବା ପାଇଁ କହନ୍ତି, ମୁଁ ତାଙ୍କୁ ବିନମ୍ରତା ସହ କହେ ଏହା ସମସ୍ୟା ସମାଧାନ କରିବ ନାହିଁ । ହର୍ଣ୍ଣ ଆମ ସ୍ୱାସ୍ଥ୍ୟପକ୍ଷେ ହିତକର ନୁହେଁ ବୋଲି ବି ଗାଡ଼ିରେ ଏକ ପୋଷ୍ଟର ଲଗାଇଛି ।’
ଦାର୍ଜିଲିଂ ଓ ସିକିମ୍‌ ଭଳି ଦୂରସ୍ଥାନକୁ ଯାତ୍ରା କରୁଥିବା ସମୟରେ ଚାଳକମାନେ ନୋ-ହର୍ଣ୍ଣ ନୀତି ଆପଣାଇ ଥାଆନ୍ତି । କିଛିଦିନ ମଧ୍ୟରେ କୋଲକତା ବି ନୋ-ହର୍ଣ୍ଣ ସିଟିରେ ପରିଣତ ହୋଇଯିବ ବୋଲି ଦୀପକ ଆଶା ରଖିଛନ୍ତି ।

Leave A Reply

Your email address will not be published.