ଭୁବନେଶ୍ୱର,୨୩/୮: ରାଜ୍ୟର ଅଗ୍ରଣୀ ଅଟୋ ମୋବାଇଲ ବିକ୍ରେତା ନାରାୟଣୀ ମୋଟର୍ସରେ ଚାରି ଚକିଆ ଯାନ ମାରୁତି ସୁଜୁକିର ଏକ୍ସଏଲ୬ ଓଡ଼ିଶା ବଜାରକୁ ପ୍ରବେଶ କରିଛି। ଭୁବନେଶ୍ଵର ସ୍ଥିତ ନେକ୍ସା ରାଜଭବନ ରୋଡରେ ସ୍ଥିତ ନାରାୟଣୀ ମୋଟର୍ସ ସୋ ରୁମରେ ଏକ୍ସଏଲ ୬ର ଲଞ୍ଚିଂ ହୋଇଛି। ଶୋ ରୁମର କର୍ମଚାରୀ ଓ ମାରୁତି ସୁଜୁକିର ଅଧିକାରୀଙ୍କ ଉପସ୍ଥିତିରେ ଏହି କାର ଲଞ୍ଚ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଉପସ୍ଥି ଥିଲେ ଓଲଉଡ଼ ନାୟିକା ଅର୍ଚ୍ଚିତା ସାହୁ।
ଏକ୍ସଏଲ୬ ଲୋକଙ୍କ ମଧ୍ୟରେ ବହୁତ ଆଦୃତ ହେବ ବୋଲି ମାରୁତି ସୁଜୁକିର ଅଧିକାରୀ କହିଛନ୍ତି। ଏହି କାରଟି ଦେଖିବାକୁ ବହୁତ ଆକର୍ଷକ ଏବଂ ଏଥିରେ ଅତ୍ୟାଧୁନିକ ଆରାମଦାୟକ ବ୍ୟବସ୍ଥା ରହିଛି। ଯାତ୍ରା ସମୟରେ ଅଧିକ ଆରାମ ଚାହୁଁଥିବା ଲୋକଙ୍କ ପାଇଁ ମାରୁତି ସୁଜୁକି ଏକ୍ସଏଲ୬ କାରରେ ୬ଟି ସିଟ୍ ରହିଛି। ଉନ୍ନତ ଜ୍ଞାନ କୌଶଳରେ ନିର୍ମିତ ଏହି କାରରେ ବିଏସ ଭିଆଇ କମ୍ପ୍ଲିଆଣ୍ଟ କେ୧୫ ପେଟ୍ରୋଲ ଇଞ୍ଜିନ ରହିଛି।
ଏହି କାରର ଲୁକ୍ ବହୁତ ଆକର୍ଷକ ରହିଛି। ଏଥିରେ ସ୍ମାର୍ଟ ପ୍ଲେ ଷ୍ଟୁଡିଓ ସହିତ ସ୍ମାର୍ଟ ଫୋନ କନେକ୍ଟିଭିଟି, କ୍ରୁଜ କଣ୍ଟ୍ରୋଲ ସହିତ ଅନେକ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି। ଯେଉଁ ଗ୍ରାହକ ଷ୍ଟାଇଲ, ସ୍ପେସ୍ ଏବଂ କାରରେ ଯେଉଁ ଯେଉଁ ସୁବିଧା ରହିବା କଥା ଚାହୁଁଛନ୍ତି ତାହା ସବୁ ଏହି କାର ପୂରଣ କରୁଛି। ଏକ୍ସ ସୋ ରୁମରେ ଏହି କାରର ପ୍ରାରମ୍ଭିକ ମୂଲ୍ୟ ୯.୮ ଲକ୍ଷ ଥିବା ବେଳେ ଏହାର ରୋଡ୍ ପ୍ରାଇସ୍ ୧୧ ଲକ୍ଷ ଟଙ୍କା ରହିଛି।