ମାର୍ଚ୍ଚ ୨୩ରୁ ଆରମ୍ଭ ଆଇପିଏଲ -୨୦୧୯

0

ନୂଆଦିଲ୍ଲୀ,୮/୧: ଦୁନିଆର ସବୁଠୁ ବିତ୍ତଶାଳୀ କ୍ରିକେଟ୍ ଲିଗ୍ ଆଇପିଏଲର ୧୨ତମ ସଂସ୍କରଣର ଆୟୋଜନକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ମଙ୍ଗଳବାର ସୁପ୍ରିମକୋର୍ଟ ଦ୍ଵାରା ନିଯୁକ୍ତ ପ୍ରଶାସକ ସମିତି(ସିଓଏ)ର ନିଷ୍ପତ୍ତି ଅନୁଯାୟୀ ଆଇପିଏଲ-୨୦୧୯ ଭାରତରେ ହିଁ ଆୟୋଜନ ହେବ। ଏହା ପୂର୍ବରୁ ଆଶଙ୍କା ପ୍ରକାଶ କରାଯାଉଥିଲା ଯେ ସାଧାରଣ ନିର୍ବାଚନ କାରଣରୁ ଏଥର ଆଇପିଏଲର ଆୟୋଜନ ଦେଶ ବାହାରେ ହୋଇପାରେ। ଆଇପିଏଲର ୧୨ତମ ସଂସ୍କରଣ ୨୦୧୯ ମାର୍ଚ୍ଚ ୨୩ରୁ ଆରମ୍ଭ ହେବ ବୋଲି ବିସିସିଆଇ ଜାରି ବୟାନରେ କୁହାଯାଇଛି।

ବିସିସିଆଇ ପକ୍ଷରୁ ଜାରି ବୟାନ ମୁତାବକ ଆଇପିଏଲର ୧୨ତମ ସଂସ୍କରଣ ଆରମ୍ଭ ହେବାର ତାରିଖ ୨୦୧୯ ମାର୍ଚ୍ଚ ୨୩ ପ୍ରସ୍ତାବ ରଖାଯାଇଛି। ମାତ୍ର ପୂରା କାର୍ଯ୍ୟକ୍ରମ ସମ୍ଵନ୍ଧିତ ଅଧିକାରୀଙ୍କ ସହ ଆଲୋଚନା ପରେ ଫାଇନାଲ ମ୍ୟାଚର ତାରିଖ ଚୂଡାନ୍ତ ହେବ। ସିଓଏ ଆଇପିଏଲ-୨୦୧୯ର ପୂରା କାର୍ୟ୍ୟ ସୂଚୀ ଜାରି କରିବା ପୂର୍ବରୁ ପ୍ରଥମେ ଷ୍ଟେକ ହୋଲ୍ଡରଙ୍କ ସହ ମଧ୍ୟ ଆଲୋଚନା କରିବ।

ଉଲ୍ଲେଖଯୋଗ୍ୟ, ସାଧାରଣ ନିର୍ବାଚନ ପାଇଁ ୨ ଥର ଭାରତ ବାହାରେ ଆଇପିଏଲ ଆୟୋଜନ ହୋଇଛି। ୨୦୦୯ରେ ଦକ୍ଷିଣ ଆଫ୍ରିକା ଓ ୨୦୧୪ରେ ଆଂଶିକ ରୂପେ ୟୁଏଇରେ ଏହାର ଆୟୋଜନ ହୋଇଥିଲା।

ଆଇପିଏଲର ଆୟୋଜନର ତାରିଖ ସହ ବିଶ୍ଵ କପର ତାରିଖ ଏକ ସଙ୍ଗେ ପଡିବାର ସମ୍ଭାବନା ମଧ୍ୟ ରହିଛି। ମେ ୩୦ରେ ଇଂଲଣ୍ଡରେ ବିଶ୍ଵକପ ଆରମ୍ଭ ହେବାକୁ ଯାଉଛି। ଯାହା ଜୁଲାଇ ୧୪ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ବର୍ଷ ଆଇପିଏଲ ସାଧାରଣତଃ ଏପ୍ରିଲ ପ୍ରଥମ ସପ୍ତାହରୁ ଆରମ୍ଭ ହେଇ ମେ ଅନ୍ତିମ ସପ୍ତାହ ପର୍ୟ୍ୟ ନ୍ତ ଚାଲିଥାଏ। ମାତ୍ର ଏଥର ଏମିତି ହେବାର ସମ୍ଭାବନା ବହୁତ କମ ରହିଛି। ଜଷ୍ଟିସ ଲୋଧା କମିଟିର ସୁପାରିଶ କ୍ରମେ ଆଇପିଏଲ ଏବଂ କୌଣସି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ଟୂର୍ଣ୍ଣାମେଣ୍ଟ ମଧ୍ୟରେ ୧୫ ଦିନର ବ୍ୟବଧାନ ରହିବା ଉଚିତ୍।

Leave A Reply

Your email address will not be published.