ମାର୍ଚ୍ଚ ୩୧ସୁଦ୍ଧା ପାନ୍‌କାର୍ଡ ସହିତ ଆଧାର ଲିଙ୍କ୍‌ କରନ୍ତୁ : ନଚେତ ରଦ୍ଦ ହୋଇଯିବ ଆପଣଙ୍କ ପାନ୍‌କାର୍ଡ !

0

ନୂଆଦିଲ୍ଲୀ,୯/୩ : ପାନ୍‌ କାର୍ଡ ଜରୁରୀ ଦସ୍ତାବିଜ ମଧ୍ୟରୁ ଗୋଟିଏ। ଆପଣଙ୍କୁ ବ୍ୟାଙ୍କ୍‌ରେ ଆକାଉଣ୍ଟ ଖୋଲିବା ହେଉ ଅବା ଆୟକର ରିଟର୍ଣ୍ଣ ଭରିବା ହେଉ, ପାନ୍‌ କାର୍ଡ ବିନା କୌଣସି କାମ ହୋଇ ପାରିବ ନାହିଁ। ସରକାର ଆର୍ଥିକ କାରବାର ପାଇଁ ବି ପାନ୍‌ କାର୍ଡକୁ ଅନିବାର୍ଯ୍ୟ କରି ଦେଇଛନ୍ତି। ଏପରି କ୍ଷେତ୍ରରେ ଯଦି ଆପଣ ପାନ୍‌ କାର୍ଡ ସହିତ ଜଡ଼ିତ ଜରୁରୀ କାମ ଶେଷ କରି ନାହାନ୍ତି ତେବେ ଏହା ରଦ୍ଦ ହୋଇଯିବ ବୋଲି ଶୁକ୍ରବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ସରକାର ପାନ୍‌ କାର୍ଡକୁ ଆଧାର ସହିତ ଲିଙ୍କ୍‌ କରିବାକୁ ଅନିବାର୍ଯ୍ୟ କରି ଦେଇଛନ୍ତି। ପାନ୍‌ କାର୍ଡକୁ ଆଧାର କାର୍ଡ ସହିତ ଯୋଡ଼ିବାର ଅନ୍ତିମ ତାରିଖ ୨୦୧୯ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିଛି। ଅର୍ଥାତ ଚଳିତ ବର୍ଷ ମାର୍ଚ୍ଚ ୩୧ସୁଦ୍ଧା ଆପଣ ଯଦି ପାନ୍‌ ସହିତ ଆଧାର ଲିଙ୍କ୍‌ କରି ନାହାନ୍ତି ତେବେ ଆଗକୁ ଯାଇ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି। ଆପଣଙ୍କ ପାନ୍‌ କାର୍ଡ ନିଷ୍କ୍ରିୟ ହୋଇଯିବ।

ସୂଚନାଯୋଗ୍ୟ, ଗତବର୍ଷ ସରକାର ୧୧.୪୪ ଲକ୍ଷ ପାନ୍‌ କାର୍ଡକୁ ବନ୍ଦ କରି ଦେଇଛନ୍ତି ଅଥବା ନିଷ୍କ୍ରିୟ ତାଲିକାରେ ପକାଇ ଦେଇଛନ୍ତି। ମାର୍ଚ୍ଚ ୩୧ ସୁଦ୍ଧା ଏହି କାମ ପୂରା କରି ନିଅନ୍ତୁ। ଯଦି ଏହାକୁ ଅଣଦେଖା କରିବେ ତେବେ ଆପଣଙ୍କ ପାନ୍‌ କାର୍ଡ ବି ନିଷ୍କ୍ରିୟ ତାଲିକାକୁ ଆସିଯିବ।

Leave A Reply

Your email address will not be published.