ନୂଆଦିଲ୍ଲୀ, ୫/୧୨: ରାଜସ୍ଥାନ ନିର୍ବାଚନ ପ୍ରଚାରର ଅନ୍ତିମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରଣ କ୍ଷେତ୍ରକୁ ଓହ୍ଲାଇଛନ୍ତି । ଏହି ସମୟରେ ମୋଦୀ ପ୍ରଥମ ରାଲି ସୁମେରପୁରରୁ ଆରମ୍ଭ କରିଛନ୍ତି । ରାଲିରେ ମୋଦୀ ଜନତାଙ୍କୁ ସମ୍ବୋଧନ କରୁଥିବା ସମୟରେ କଂଗ୍ରେସ ଉପରକୁ ଆକ୍ରମଣ କରିଛନ୍ତି ।
ମୋଦୀ କହିଛନ୍ତି କି, ରାଜସ୍ଥାନର ଜନତା ବିଜେପିକୁ ବିଜୟୀ କରିବା ପାଇଁ ନିଷ୍ପତି ନେଇ ସାରିଛନ୍ତି । ସ୍ୱାଧୀନତା ପରେ ଦେଶରେ ନିର୍ବାଚନ ଆରମ୍ଭ ପାଇଁ ଜାତିବାଦର ବିଷ କିଏ ପ୍ରସାର କରିଛି । ଛୋଟ ବଡ ଭେଦ ଭାବ, ଶହରୀ ଗ୍ରାମର ଭେଦ ଭାବ, ଧନୀ ଗରିବର ଭେଦ ଭାବ କିଏ କରିଛି । ଯେଉଁ କଂଗ୍ରେସ ୭୦ ବର୍ଷ ପର୍ଯ୍ୟନ୍ତ ସବୁ ଧ୍ୱସଂ କରି ବସିଛି ସେ ଆଜି ସବୁ ଠିକ୍ କରିବା ପାଇଁ ଆଗକୁ ଓହ୍ଲାଇ ଆସିଛି ।
ନ୍ୟାସନାଲ ହେରାଲ୍ଡ ଏବଂ ସୋନିଆ ରାହୁଲଙ୍କ ନାମ ନନେଇ ମୋଦୀ କହିଛନ୍ତି କି, ଇନକମ୍ ଟ୍ୟାକ୍ସର କୋଟି କୋଟି ଟଙ୍କା ଘୋଟାଲା କରା ଯାଇଛି । ତାଙ୍କ ସରକାର ସମୟରେ ସମସ୍ତ ଫାଇଲ ବନ୍ଦ କରା ଯାଇଛି । ମା ପୁଅ ଯାହା ଲେଖି ଦେଇଛନ୍ତି ଅଫିସରମାନେ ସେଥିରେ ଦସ୍ତଖତ କରିଛନ୍ତି । ଆମ ସରକାର ଆସିବା ପରେ ସମସ୍ତ ପୁରୁଣା ମାମଲାର ଗୁମର ଖୋଲିବା ଆରମ୍ଭ କରି ଦେଇଛି । ଏବେ ଦେଖାଯିବ କିଏ ଏଥିରୁ ବାଦ୍ ପଡିବ । ଜଣେ ଚା ବାଲା ତାଙ୍କୁ ଅଦାଲତ ପର୍ଯ୍ୟନ୍ତ ଟାଣି ଆଣିଲା । କୋଟି କୋଟି ଟଙ୍କାର ହେରଫେର ପରେ ତାଙ୍କୁ ଜାମିନ ମିଳିଛି ।