ମିଥୁନ ଚକ୍ରବର୍ତ୍ତୀଙ୍କ ବାପାଙ୍କ ଦେହାନ୍ତ : ଲକଡାଉନ୍ ଯୋଗୁଁ ବେଙ୍ଗାଲୁରୁରେ ଫସିଛନ୍ତି ମିଥୁନ

ମୁମ୍ବଇ : ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ବାପାଙ୍କ ମଙ୍ଗଳବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା। ତାଲାବନ୍ଦ ଯୋଗୁଁ ମିଥୁନ ବର୍ତ୍ତମାନ ବେଙ୍ଗାଲୁରୁରେ ଫସି ରହିଛନ୍ତି। ଦୀର୍ଘ ଦିନ ଧରି ବସନ୍ତ କୁମାର ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଖବର ଅନୁଯାୟୀ କିଡନୀ ଫେଲ ହେତୁ ବସନ୍ତ କୁମାରଙ୍କ ମୃତ୍ୟୁ ଘଟିଛି।