ମିଲ୍‌କ ଗର୍ଲ ତମନା

0

ବାହୁବଳିର ଲିଡ୍‌ ଆକେଫ୍ରସ୍‌ ତମନା ବଲିଉଡ୍‌ରୁ କିଛିଦିନ ହେବ ଗାୟବ ହୋଇ ଯାଇଛନ୍ତି । ବାହୁବଳି ପରଠାରୁ ତମନାଙ୍କୁ ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ଦେଖିବା ଦର୍ଶକଙ୍କ ପାଇଁ ସ୍ୱପ୍ନ ପାଲଟି ଯାଇଛି । ଅନେକ ନାୟିକା ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି କରିବା ପୂର୍ବରୁ କିଛି ନିୟମକୁ ଅନୁସରଣ କରନ୍ତି ଯାହାକୁ ସେମାନେ କଣ୍ଟ୍ରାକଫ ବୋଲି କୁହନ୍ତି। ତମନା ଅନ୍‌-ସ୍କ୍ରିନ୍‌ କିସ୍‌ କରିବେ ନାହିଁ ବୋଲି ନିଜ କଣ୍ଟ୍ରାକଫରେ ଉଲ୍ଲେଖ କରିଛନ୍ତି । ନିକଟରେ ତମନା ଏକ ଇଣ୍ଟରଭୁ୍ୟରେ କହିଛନ୍ତି-‘ମୁଁ ଅନ୍‌-ସ୍କ୍ରିନ୍‌ କିସ୍‌ କରିବି, ଯଦି ମୁଁ ମୋ ପ୍ରିୟ ନାୟକଙ୍କ ସହ କାମ କରିବାର ମୌକା ପାଏ ।’ ତେବେ ତମନାଙ୍କ ଏ ପ୍ରିୟ ସୁପରଷ୍ଟାର ଜଣଙ୍କ ହେଉଛନ୍ତି ହ୍ୟାଣ୍ଡସମ୍‌ ହଙ୍କ୍‌ ହ୍ରିତିକ୍‌ ରୋଶନ । କିଛିଦିନ ପୂର୍ବେ ତମନା ହ୍ରିତିକଙ୍କୁ ଭେଟିଥିଲେ । ତେବେ ଏ ଦୁଇ ଷ୍ଟାରଙ୍କ ସାକ୍ଷାତକାରରେ ତମନା ହ୍ରିତିକଙ୍କୁ କହିଥିଲେ ‘ମୁଁ ଆପଣଙ୍କର ଜଣେ ବଡ଼ ଫ୍ୟାନ୍‌’ । କିଛି ସମୟ କଥାବାର୍ତ୍ତା ହେବା ପରେ ହ୍ରିତିକ ତମନାଙ୍କୁ ତାଙ୍କ ସହ କାମ କରିବା ବାବଦରେ ପଚାରି ଥିଲେ । ଏହାର ଉତ୍ତରରେ ତମନା ହଁ ଭରିଥିଲେ । ତେବେ ଏକ ସାକ୍ଷାତକାରରେ ଏ ନାୟିକା ଜଣକ କହିଛନ୍ତି ମୁଁ ହ୍ରିତିକଙ୍କ ସହ କାମ କଲେ ଅନ୍‌ସ୍କ୍ରିନ୍‌ କିସ୍‌ କରିବାକୁ କୁଣ୍ଠାବୋଧ ପ୍ରକାଶ କରିବି ନାହିଁ । ତମନା ବଳିଉଡ୍‌ର ନାସ୍‌ନାଲ ଆୱାର୍ଡ ୱିନିଂ ମୁଭି ‘କୁଇନ୍‌’ର ରିମେକ୍‌ରେ ବ୍ୟସ୍ତ ଅଛନ୍ତି। ତମନା ଅଭିନୟ କରୁଥିବା ଏହି ଫିଲ୍ମଟି ଏକ ତାମିଲ ଫିଲ୍ମ ଯାହା କଙ୍ଗନାଙ୍କ କୁଇନ୍‌ର ତାମିଲ ରିମେକ୍‌ ।

Leave A Reply

Your email address will not be published.