ମିଳିଗଲା ୧୨ ବର୍ଷ ପୂର୍ବେ ହଜିଥିବା ମୁଦି

0

ବ୍ରିଟେନ୍‌ରେ ରହୁଥିବା ୨୦ ବର୍ଷୀୟା ଅବିଗେଲ ଥମ୍ପସନ୍‌ଙ୍କୁ ମିଳି ଯାଇଛି ତାଙ୍କ ହଜିଥିବା ମୁଦି । ସବୁଠାରୁ ଖାସ୍‌ କଥା ହେଉଛି ଯେ ହଜିଥିବା ଏହି ମୁଦିଟି ୧୨ ବର୍ଷ ପରେ ମିଳିଛି । ଯୁବତୀ ଜଣକ ଯେତେବେଳେ ୮ ବର୍ଷର ହୋଇଥିଲେ ସେତେବେଳେ ତାଙ୍କ ମା’ ତାଙ୍କୁ ଏକ ସୁନାର ମୁଦି ଗିଫଫ କରିଥିଲେ । କିନ୍ତୁ ମୁଦିଟି କିଛି ଦିନ ପରେ ହଜି ଯାଇଥିଲା । ବହୁ ଖୋଜାଖୋଜି କଲାପରେ ବି ମୁଦି ତାଙ୍କୁ ମିଳ ନ ଥିଲା ଯାହା ପରେ ତାଙ୍କୁ ଲାଗିଲା ଯେ ତାଙ୍କର କେହି ଜଣେ ବନ୍ଧୁ ସେହି ମୁଦିକୁ ଚୋରି କରି ନେଇଛି । ବର୍ତ୍ତମାନ କିନ୍ତୁ ଅବିଗେଲ୍‌ଙ୍କୁ ତାଙ୍କ ହଜିଥିବା ମୁଦି ମିଳି ଯାଇଛି । କିଛିଦିନ ପୂର୍ବେ ଅବିଗେଲ୍‌ଙ୍କୁ ଛିଙ୍କ ଲାଗିଲା ଓ ସେ ଛିଙ୍କି ପକାଇଲେ । ଏହା ପରେ ସେ ଯେତେବେଳେ ଆଖି ଖୋଲନ୍ତି ତାଙ୍କ ଆଗରେ ପଡ଼ିଥିଲା ୧୨ ବର୍ଷ ପୂର୍ବେ ହଜିଥିବା ମୁଦି । ମୁଦି ଦେଖି ସେ ଏକ୍‌ଦମ୍‌ରେ ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ । ସେ କେବେ ଚିନ୍ତା କରି ନ ଥିଲେ ଯେ ମୁଦିଟି ତାଙ୍କ ନାକରେ ଅଛି । ବରିଷ୍ଠ ପ୍ଲାଷ୍ଟିଂ ସର୍ଜରୀ ଡାକ୍ତରଙ୍କ କହିବା ଅନୁସାରେ ଏହା କୌଣସି ସାଧାରଣ କଥା ନୁହେଁ । ସବୁବେଳେ ପିଲାମାନେ ତାଙ୍କ ନାକରେ କିଛି ନା କିଛି ଜିନିଷକୁ ଭର୍ତ୍ତି କରି ଦିଅନ୍ତି । ଡାକ୍ତରଙ୍କ କହିବା ଅନୁସାରେ ବୟସ ବଢ଼ିବା ସାଙ୍ଗକୁ ଶରୀରର ସମସ୍ତ ଅଙ୍ଗର ଆକାର ମଧ୍ୟ ବୃଦ୍ଧି ପାଏ ଯାହା ଫଳରେ ଅବିଗେଲ୍‌ଙ୍କର ନାକରେ ଫସି ଯାଇଥିବା ମୁଦି ଛିଙ୍କ ଦ୍ୱାରା ବାହାରି ଆସିଲା ।

Leave A Reply

Your email address will not be published.