ଭୁବନେଶ୍ୱର,୫/୧: ଭାଜପା ନେତ୍ରୀ ତଥା ପୂର୍ବତନ ପ୍ରଶାସିକା ଅପରାଜିତା ଷଡ଼ଙ୍ଗୀ ସଶକ୍ତିକରଣ ସମାବେଶକୁ ସମାଲୋଚନା କରିଛନ୍ତି। ଟୁଇଟ୍ କରି ସେ କହିଛନ୍ତି ଯେ, ବାର୍ଷିକ ହାରାହାରି ୭୨ ହଜାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ବ୍ୟାଙ୍କ ଋଣ ପାଉଥିବା ନାବାର୍ଡର ତଥ୍ୟ ସ୍ପଷ୍ଟ କରୁଛି । ଯଦି ୬ ଲକ୍ଷ ଗୋଷ୍ଠୀ ଅଛି ଏବଂ ଏଥିରୁ ମାତ୍ର ୭୨ ହଜାର ବ୍ୟାଙ୍କ ଋଣ ପାଉଛନ୍ତି ତାହାହେଲେ ଏହା ସ୍ପଷ୍ଟ କରୁଛି କ୍ଷୁଦ୍ର ଉଦ୍ୟୋଗ ଓ ବ୍ୟାଙ୍କ ସହାୟତାରେ କାର୍ଯ୍ୟକ୍ରମ ବହୁତ କମ୍। ସେହିପରି ଦୁଇ ବର୍ଷ ହେବ ଏସ୍ଏଚ୍ଜିକୁ କୌଣସି ଆର୍ଥିକ ସହାୟତା ବ୍ୟବସ୍ଥା ନ ଥିବା ଅପରାଜିତା କହିଛନ୍ତି।
୨୦୧୩-୧୪ରେ ରାଜ୍ୟରେ ୫.୨୩ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଥିଲେ। ଏପ୍ରିଲ ୨୦୧୭ ସୁଦ୍ଧା ଆଉ ୩ ଲକ୍ଷ ବୃଦ୍ଧି ଘଟିଛି। ଉଭୟକୁ ମିଶାଇଲେ ଏହା ୮.୨୩ ଲକ୍ଷରେ ପହଞ୍ଚିବା କଥା। ସରକାରୀ ତଥ୍ୟ ଅନୁଯାୟୀ, ଏହି ସଂଖ୍ୟା ବର୍ତ୍ତମାନ ୬ ଲକ୍ଷ ରହିଛି। ୨.୨୩ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ କୁଆଡେ ଉଭାନ ହୋଇଗଲେ ବୋଲି ସେ ପ୍ରଶ୍ନ କରିଛନ୍ତି।