ମିଷ୍ଟି ଖପ୍‌ପା

0

ଫିଲ୍ମ ‘ମଣିକର୍ଣ୍ଣିକା’କୁ ସିନେପ୍ରମୀଙ୍କଠାରୁ ମିଳିବାକୁ ଲାଗିଛି ଗୁଡ୍‌ ରେସ୍‌ପଣ୍ଡସ୍‌ । କିନ୍ତୁ ଫିଲ୍ମର ଜଣେ କଳାକାର ଏନେଇ ଅଛନ୍ତି ଅସନ୍ତୁଷ୍ଟ । ସେ କଳାକାର ଜଣଙ୍କ ଆଉ କେହି ନୁହନ୍ତି ସେ ହେଉଛନ୍ତି ବେଙ୍ଗଲ୍‌ ବୁ୍ୟଟି ମିଷ୍ଠି ଚକ୍ରବର୍ତ୍ତୀ । ମିଷ୍ଠି ସୁଭାସ ଘାଇଙ୍କ ଫିଲ୍ମ ‘କାଞ୍ଚି’ରୁ ବଲିଉଡ୍‌ରେ ଡେବୁ୍ୟ କରିଥିଲେ । ଏବେ ଫିଲ୍ମ ‘ମଣିକର୍ଣ୍ଣିକା’ର ନିର୍ଦ୍ଦେଶକ ଓ ଲିଡ୍‌ ଆକ୍‌ଟ୍ରେସ୍‌ କଙ୍ଗନାଙ୍କ ଉପରେ ରାଗି ଖପା ହୋଇଯାଇଛନ୍ତି ମିଷ୍ଠି । ମିଷ୍ଠିଙ୍କ କହିବା ଅନୁସାରେ ‘ମଣିକର୍ଣ୍ଣିକା’ରେ ତାଙ୍କର ଏକ ପ୍ରମୁଖ ଭୂମିକା ଥିଲା ଯାହାପାଇଁ ସେ ଅନେକ ଗୁଡିଏ ସିନ୍‌ର ଶୁଟିଂ କରିଥିଲେ । କିନ୍ତୁ ଫିଲ୍ମରେ ମିଷ୍ଠିଙ୍କ ଭଲଭଲ ସିନ୍‌ ଗୁଡିକୁ ସ୍ଥାନ ଦିଆଯାଇନାହିଁ । ଫିଲ୍ମରେ କାମ କରିବା ପୂର୍ବରୁ ମିଷ୍ଠି ଫିଲ୍ମ ନିର୍ମାତାଙ୍କୁ ସେ ଫିଲ୍ମରେ ପ୍ଲେ କରିବାକୁ ଯାଉଥିବା ଚରିତ୍ର ବିଷୟରେ ଆଲାଚନା କରିଥିଲେ । ନିର୍ମାତା କମଲ ଜୈନ ମିଷ୍ଠିଙ୍କୁ କହିଥିଲେ ଯେ ସେ ଯେଉଁ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି ତାହା ଫିଲ୍ମର ଏକ ଗìରୁତ୍ୱପୂର୍ଣ୍ଣ ଚରିତ୍ର ବୋଲି । କଙ୍ଗନା ମଧ୍ୟ ମିଷ୍ଠିଙ୍କ ସହ ଏ ବାବଦରେ କଥା ହୋଇଥିଲେ । ମିଷ୍ଠି ଫିଲ୍ମ ପାଇଁ କିଛି ଯୁଦ୍ଧର ସିନ୍‌ ମଧ୍ୟ ଶୁଟ୍‌ କରିଥିଲେ । ରିଲିଜ ପୂର୍ବରୁ ‘ମଣିକର୍ଣ୍ଣିକା’ କୁ ନେଇ କର୍ଣ୍ଣିସେନା ବିଦ୍ରୋହ ପ୍ରଦର୍ଶନ କରିଥିଲା । ବହୁ ବାଦ ବିବାଦ ସତ୍ତେ୍ୱ ଫିଲ୍ମଟି ଏବେ ପ୍ରେକ୍ଷାଳୟକୁ ଓହ୍ଲାଇଛି । ବର୍ତ୍ତମାନ ଫିଲ୍ମକୁ ନେଇ ବିବାଦ ଥମିବାକୁ ନାଁ ନେଉନାହଁ । କେବଳ ମିଷ୍ଠି ନୁହନ୍ତି ସୋନୁ ସୁଦ୍‌ କଙ୍ଗନାଙ୍କ ନିର୍ଦ୍ଦେଶନାରେ ଅସନ୍ତୁଷ୍ଟ ହୋଇ ଫିଲ୍ମକୁ ଛାଡିବାକୁ ବାଧ୍ୟ ହୋଇଥିଲେ । ଏହାଛଡ଼ା ଫିଲ୍ମର ସହ ନିର୍ଦ୍ଦେଶକ କଙ୍ଗନାଙ୍କ ନାଁରେ ଫିଲ୍ମକୁ ହାଇଜେକ୍‌ କରିବାର ଆରୋପ ଲଗାଇଥିଲେ ।

Leave A Reply

Your email address will not be published.