ବିଶ୍ୱପ୍ରସିଦ୍ଧ ପେନ୍ ନିର୍ମାତା କମ୍ପାନୀ ପାର୍କର ନଷ୍ଟ ହୋଇଯାଇଥିବା ପରମାଣୁ ମିସାଇଲକୁ ବ୍ୟବହାର କରି ପେନ୍ ପ୍ରସ୍ତୁତ କରିଛି । ଦେଶର ଆବଶ୍ୟକତାକୁ ଆଖିଆଗରେ ରଖି କ୍ଷେପଣାସ୍ତ୍ର ଘାଟିରେ କେବେ ନା କେବେ ନୂଆ ନୂଆ ମିସାଇଲ୍ ତିଆରି ହୁଏ ଓ ପରୀକ୍ଷା ବି ହୁଏ । ସେଥିରୁ କିଛିଟା ମିସାଇଲ୍ର ସଫଳ ପରୀକ୍ଷଣ ହୋଇପାରେ ଆଉ କିଛି ବିଫଳ ହୁଏ ଓ ଅକାମି ପାଲଟିଯାଏ । ମିସାଇଲ୍ ପ୍ରସ୍ତୁତ ବେଳେ ସେଥିରେ ଅନେକ ଅର୍ଥ ଖର୍ଚ୍ଚ ହୋଇଥାଏ । ଲକ୍ଷ ଲକ୍ଷ ଟଙ୍କାର ଧାତୁ ବ୍ୟବହାର କରାଯାଏ । କି;ୁ ମିସାଇଲ୍ ପରୀକ୍ଷଣ ବିଫଳ ହୋଇଗଲେ ସେଥିରେ ବ୍ୟବହୃତ ଜିନିଷଗୁଡ଼ିକ କୌଣସି କାମରେ ଲାଗେ ନାହିଁ । ଏବେ ସେହି ମୁଲ୍ୟବାନ ଧାତୁକୁ ବ୍ୟବହାର କରି ପେନ୍ ନିର୍ମାତା କମ୍ପାନୀ ପାର୍କର ୧୦ହଜାର ପେନ୍ ପ୍ରସ୍ତୁତ କରିଛି ଓ ମେମୋରିଆଲ୍ ଫଣ୍ଡର ବ୍ୟାଚ ଲଗାଇ ତାକୁ ଆମେରିକାରେ ବିକ୍ରି କରିଛି । ସେଥିରୁ ପ୍ରସ୍ତୁତ ଫାଉଣ୍ଟେନ୍ ପେନ୍ର ମୂଲ୍ୟ ୩୦୦ଡଲାର(ବର୍ତ୍ତମାନ ୨୦ହଜାର ଟଙ୍କା) ଓ ବଲ ପଏଣ୍ଟ ପେନ୍ର ମୂଲ୍ୟ ୧୭୫ଡଲାର(ବର୍ତ୍ତମାନ ୧୨ହଜାର ଟଙ୍କା) ରଖାଯାଇଛି । ୧୯୯୧ରେ ଲିଓନାର୍ଡ଼ ଚେଶାୟର ୱାଲïର୍ ମେମୋରିଆଲ ଫଣ୍ଡ ତା’ର ଉନ୍ନତି ପାଇଁ ମିସାଇଲ୍ର ବର୍ଜ୍ୟବସ୍ତୁକୁ ସଂଗୃହୀତ କରିବା ପାଇଁ ଏକ ଗ୍ରୁପ୍ ବନାଇଛନ୍ତି । କେବଳ ପେନ୍ ନୁହେଁ, ଏହି ଗ୍ରୁପ୍ ମିସାଇଲ୍ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ଆହୁରି ଅନେକ ମୂଲ୍ୟବାନ ଜିନିଷ ତିଆରି କରୁଛି ।