ମିସ୍‌ ଇଣ୍ଡିଆଙ୍କୁ ଅଶ୍ଲୀଳ ମେସେଜ୍‌

0

ପୂର୍ବ ମିସ୍‌ ଇଣ୍ଡିଆ ତଥା ଫିଲ୍ମ କ୍ୟାଲେଣ୍ଡରର ନାୟିକା ରୁହି ସଂହଙ୍କୁ କେହି ଜଣେ ପଠାଉଛି ଧମକପୂର୍ଣ୍ଣ ଓ ଅଶ୍ଲୀଳ ମେସେଜ୍‌ । ମେସେଜ୍‌ ପଠାଉଥିବା ବ୍ୟକ୍ତି ନିଜକୁ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ବୋଲି କହୁଛନ୍ତି । ଏ ସମ୍ପର୍କରେ ରୁହି ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେହି ମେସେଜ୍‌ ଗୁଡ଼ିକୁ ସେୟାର କରିଛନ୍ତି । ରୁହିଙ୍କ କହିବା କଥା ଯେ କିଛିଦିନ ପୂର୍ବରୁ ତାଙ୍କର ଜଣେ ଫ୍ୟାନ୍‌ ତାଙ୍କୁ ଅନେକ ଗୁଡ଼ିଏ ରୋମାଣ୍ଟିକ୍‌ ମେସେଜ୍‌୍‌ ପଠାଇଥିଲା । ରୁହି କିନ୍ତୁ ସେ ମେସେଜ୍‌ ସବୁକୁ ଇଗ୍‌ନୋର କରୁଥିଲେ । କିନ୍ତୁ ଏବେ କିଛିଦିନ ହେବ ତାଙ୍କ ପାଖକୁ ଧମକପୂର୍ଣ୍ଣ ଓ ଅଶ୍ଲୀଳ ମେସେଜ୍‌ ଆସୁଛି । ଫୋନ୍‌ର ନୋଟିଫିକେସନ୍‌ରେ ନଜର ପଡିବାରୁ ସେଥିରେ ଅନୁରାଗ କଶ୍ୟପଙ୍କ ନାଁ ଆସିଲା କିନ୍ତୁ ରୁହି କହୁଛନ୍ତି ଯେ ଏ ମେସେଜ୍‌ ଗୁଡିକୁ ଅନୁରାଗ କଶ୍ୟପ ନୁହେଁ ଆଉ କେହି କରୁଛି ବୋଲି । ସେ ଅଜଣା ବ୍ୟକ୍ତି ଅନୁରାଗଙ୍କ ନାଁ ନେଇ ତାଙ୍କୁ ହଇରାଣ କରୁଛି । ଯେଉଁ ନମ୍ବରରୁ ରୁହିଙ୍କ ପାଖକୁ ମେସେଜ୍‌ ଆସୁଛି ସେ ସବୁ ଇଣ୍ଟରନ୍ୟାସ୍‌ନାଲ ନମ୍ବର ହୋଇଥିବାବେଳେ ରୁହି ଏକାଧିକ ନମ୍ବରକୁ ବ୍ଲକ୍‌ ଲିଷ୍ଟରେ ପକାଇ ସାରିଛନ୍ତି । ଏ ନେଇ ରୁହି ଅନୁରାଗ କଶ୍ୟପଙ୍କ ସହ କଥାଭାଷା କରିଛନ୍ତି ଏ ନେଇ ଅନୁରାଗ ରୁହିଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ।

Leave A Reply

Your email address will not be published.