ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ନିଯୁକ୍ତ ହେଲେ ଗୋପବନ୍ଧୁ ଦାସ

ଭୁବନେଶ୍ୱର,୧୧/୩ : ଅବସରପ୍ରାପ୍ତ ପ୍ରଶାସକ ଡ. ଗୋପବନ୍ଧୁ ଦାସଙ୍କୁ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ରାଜନୈତିକ ସଚିବ ଭାବେ ସୋମବାର ନିଯୁକ୍ତି ଦେଇଛନ୍ତି। ଏ ନେଇ ବିଜେଡିର ରାଜ୍ୟ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି।