ପୁରୀ,୨୮/୫: ମୁଖ୍ୟମନ୍ତ୍ରୀ ଭାବେ ୫ମ ଥର ଶପଥ ଗ୍ରହଣ କରିବା ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ନବୀନ ସିଂହଦ୍ୱାର ସମ୍ମୁଖରେ ପହଂଚିବା ପରେ ସନ୍ଧ୍ୟା ସାଢ଼େ ୫ଟାରେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ଭିତରକାଠ ନିକଟରୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନବୀନଙ୍କୁ ଖଣ୍ଡୁଆ ପାଟ ଉପହାର ଦିଆଯାଇଛି।
ଶ୍ରୀମନ୍ଦିରରୁ ବାହାରି ନବୀନ ଗଣମାଧ୍ୟମର ପ୍ରତିନିଧିଙ୍କୁ ନିଜର ପ୍ରତିକ୍ରିୟାରେ କହିଛନ୍ତି, ଆସନ୍ତାକାଲି ୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ଓଡ଼ିଶାର ଲୋକଙ୍କ ପାଇଁ ଭଗବାନ ଶ୍ରୀଜଗନ୍ନାଥଙ୍କୁ ଆଶୀର୍ବାଦ ମାଗିଛନ୍ତି।