ମୁଗଡାଲି କଟ୍‌ଲେଟ୍‌

0

ସାମଗ୍ରୀ-ପାଣିରେ ଭିଜା ହୋଇରହିଥିବା ମୁଗ ଡାଲି-୧/୨କପ, ସିଝା ଆଳୁ-୨ଟି, ବ୍ରେଡ୍‌ କ୍ରମ୍‌- ୧କପ, କଟା ଦନିଆପତ୍ର-୨ରୁ୩ଚାମଚ, ଧନିଆ ପାଉହର-୧/୨ଚାମଚ, ଲଙ୍କା ଗୁଣ୍ଡ-୧/୨ଚାମଚ, ଗରମ ମସଲା-୧/୪ଚାମଚ, ହେଙ୍ଗୁ-୧/୨ ଚାମଚରୁ କମ୍‌, କଟା ଅଦା-୧ଚାମଚ, କଟା କଞ୍ଚାଲଙ୍କା-୩ରୁ୪ଟି, ଲୁଣ ସ୍ୱାଦ ଅନୁସାରେ ।
ପାଣାଳୀ-ଗୋଟିଏ ପାତ୍ରରେ ସିଝା ଆଳୁ , ମୁଗଡାଲି, ଲଙ୍କା ଗୁଣ୍ଡ, ଲୁଣ, ଗରମ ମସଲା, କଟା ଅଦା, କଟା ଧନିଆ ପତ୍ର, ଧନିଆ ପାଉଡର, ହେଙ୍ଗୁ, କଟା କଞ୍ଚା ଲଙ୍କା ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରିବେ । ପ୍ୟାନକୁ ଚୂଲାରେ ବସାଇ ତେଲ ଗରମ କରିବାକୁ ରଖିଦେବେ । ମିଶ୍ରଣକୁ ଗୋଟି ଗୋଟି କରି ଓଭାଲ ଆକୃତି ଦେଇ ବ୍ରେଡ୍‌ କ୍ରମ ଲଗାଇ ରଖିଦେବେ । ତେଲ ଗରମ ହୋଇଗଲାପରେ ମିଶ୍ରଣରୁ ପ୍ରସ୍ତୁତ ଓଭାଲ ସେପ୍‌ କଟ୍‌ଲେଟ୍‌ ଗୁଡିକୁ ଛାଣିଦେବେ । ଏହାପରେ ପ୍ରସ୍ତୁତ ମୁଗ କଟ୍‌ଲେଟ୍‌ ଗୁଡିକୁ ପୋଦୀନା ଚଟଣୀ ବା ସସ୍‌ ସହିତ ପରଶିବେ ।

Leave A Reply

Your email address will not be published.