ମୁଗ ଡାଲି ସୁପ୍‌

0

ସାମଗ୍ରୀ- କିଣା ଚୋପାଛଡା ବଡଦାନା ମୁଗ ଡାଲି- ୧/୨ କପ୍‌, ଲୁଣ- ସ୍ୱାଦ ଅନୁସାରେ, ହଳଦି ଗୁଣ୍ଡ- ୧/୩ ଚାମଚ, ଗୋଲମରିଚ ଗୁଣ୍ଡ- ୧/୨ ଚାମଚ, ଗୋଟା ଧନିଆ- ୧ ଚାମଚ, ରାଇସୋରିଷ- ୧/୨ ଚାମଚ, ଲେମ୍ବୁରସ- ୧ ବଡ ଟେବୁଲ ଚାମଚ, କଟା ଧନିଆ ପତ୍ର- ୧ ଚାମଚ କଟା, କଞ୍ଚା ଲଙ୍କା- ୧ ଚାମଚ, ଘିଅ ବା ବଟର- ୧ ଚାମଚ ।
ପ୍ରଣାଳୀ- ଡାଲିକୁ ଧୋଇ ପାଣି କାଢି ରଖନ୍ତୁ । କୁକରରେ ଘିଅ ବା ବଟର ୧/୨ ଚାମଚ ଗରମ କରନ୍ତୁ । ଡାଲି ପକାଇ ହାଲକା ଭାଜି ପାଣି ୨ କପ ଦେଇ ଦିଅନ୍ତୁ । ଲୁଣ ଓ ହଳଦିଗୁଣ୍ଡ ପକାଇ ଆଞ୍ଚ ବଢାଇ ଗୋଟିଏ ସିଟି ମାରି କାଢି ରଖନ୍ତୁ । କୁକର ଥଣ୍ଡା ହେଲେ କାଢନ୍ତୁ । କରେଇରେ ବଳକା ଘିଅ ଦେଇ ରାଇ, ଧନିଆ ପକାଇ ଫୁଟାନ୍ତୁ । ପରେ କଞ୍ଚା ଲଙ୍କା ପକାଇ ୨ ମିନିଟ ଭାଜି ଡାଲି ମିଶାନ୍ତୁ ।ଏଥର ଲେମ୍ବୁ ରସ ଓ କିଛି ଧନିଆ ପତ୍ର ମିଶାନ୍ତୁ । ୩-୫ ମିନିଟ୍‌ ଫୁଟିବାକୁ ଛାଡି ଦିଅନ୍ତୁ । ପରେ ସର୍ଭିଙ୍ଗ ବାଉଲକୁ କାଢି ଗୋଲମରିଚ ଗୁଣ୍ଡ, ଧନିଆ ପତ୍ର ଓ ବଟର ପକାଇ ଗରମ ଗରମ ପରଷନ୍ତୁ ।

Leave A Reply

Your email address will not be published.