ସାମଗ୍ରୀ- କିଣା ଚୋପାଛଡା ବଡଦାନା ମୁଗ ଡାଲି- ୧/୨ କପ୍, ଲୁଣ- ସ୍ୱାଦ ଅନୁସାରେ, ହଳଦିଗୁଣ୍ଡ- ୧/୩ ଚାମଚ, ଗୋଲମରିଚ ଗୁଣ୍ଡ- ୧/୨ ଚାମଚ, ଗୋଟା ଧନିଆ- ୧ ଚାମଚ, ରାଇସୋରିଷ- ୧/୨ ଚାମଚ, ଲେମ୍ବୁରସ- ୧ ବଡ ଟେବୁଲ ଚାମଚ, କଟା ଧନିଆ ପତ୍ର- ୧ ଚାମଚ କଟା, କଞ୍ଚାଲଙ୍କା- ୧ ଚାମଚ, ଘିଅ ବା ବଟର- ୧ ଚାମଚ ।
ପ୍ରଣାଳୀ- ଡାଲିକୁ ଧୋଇ ପାଣି କାଢି ରଖନ୍ତୁ । କୁକରରେ ଘିଅ ବା ବଟର ୧/୨ ଚାମଚ ପକାଇ ଗରମ କରନ୍ତୁ । ଡାଲି ପକାଇ ହାଲକା ଭାଜି ପାଣି ୨ କପ୍ ଦେଇ ଦିଅନ୍ତୁ । ଲୁଣ ଓ ହଳଦିଗୁଣ୍ଡ ପକାଇ ଆଞ୍ଚ ବଢେଇ ଗୋଟିଏ ସିଟି ମାରି କାଢି ରଖନ୍ତୁ । କୁକର ଥଣ୍ଡା ହେଲେ କାଢନ୍ତୁ । କରେଇରେ ବଳକା ଘିଅ ଦେଇ ରାଇ, ଧନିଆ ପକାଇ ଫୁଟାନ୍ତୁ । ପରେ କଞ୍ଚାଲଙ୍କା ପକାଇ ୨ ମିନିଟ୍ ଭାଜି ଡାଲି ମିଶାନ୍ତୁ । ଏଥର ଲେମ୍ବୁରସ ଓ କିଛି ଧନିଆ ପତ୍ର ମିଶାନ୍ତୁ । ୩-୫ ମିନିଟ୍ ଫୁଟିବାକୁ ଛାଡନ୍ତୁ । ପରେ ସଭିଙ୍ଗ ବାଉଲକୁ କାଢି ଗୋଲମରିଚ ଗୁଣ୍ଡ,ଧନିଆ ପତ୍ର ଓ ବଟର ପକାଇ ଗରମ ଗରମ ଏହାର ମଜା ନିଅନ୍ତୁ ।
Prev Post
Next Post