ରୋହିଦାସ ସିଂ ନାଗ, ମୁଣ୍ଡାରୀ ଭାଷାର ଲିପି ମୁଣ୍ଡାରୀବାନିର ସ୍ରଷ୍ଟା । ୨୦୦୪ ମସିହାରେ, ଭାରତ ମୁଣ୍ଡା ସମାଜ ଏହି ଲିପିକୁ ସ୍ୱୀକୃତି ଦେଇଛି ଓ ରୋହିଦାସ ସିଂ ନାଗଙ୍କୁ ଅଲଗୁରୁ ଉପାଧୀ ପ୍ରଦାନ କରିଛି । ରୋହିଦାସ, ୧୯୩୪ ମସିହା ଫେବୃଆରୀ ୫ତାରିଖରେ, ମୟୁରଭଞ୍ଜ ଜିଲ୍ଲାର ଚାନ୍ଦୁଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ବାରବର୍ଷ ସମୟରେ ସେ, ମୁଣ୍ଡାରୀବାନି ଲିପି ଉଦ୍ଭାବନ କରିଥିଲେ । କାନ୍ଥରେ କାଦୁଅ ଲିପି, ସେ ଏହି ଲିପିର ଆକୃତି ସୃଷ୍ଟି କରିଥିଲେ । ମୁଣ୍ଡାରୀବାନି ଲିପିରେ ୫ଟି ସ୍ୱରବର୍ଣ୍ଣ ଓ ବାଇଶଟି ବ୍ୟଞ୍ଜନବର୍ଣ୍ଣ ସହିତ ଚାରୋଟି ଧ୍ୱନି ସଂକେତ ରହିଛି । ରୋମାନ ଲିପି ସଦୃଶ ଏହାର ବ୍ୟବହାର ହୋଇଥାଏ। ଏଥିରେ ମାତ୍ରା, ଫଳା ଓ ଯୁକ୍ତାକ୍ଷର ପ୍ରଚଳନ ନାହିଁ । ୧୯୮୦ ମସିହାରେ ରୋହିଦାସ ସିଂ ଏହି ଲିପିର ନାମ ‘ମୁଣ୍ଡାରୀବାନି’ ରଖିଥିଲେ । ଭାରତ ମୁଣ୍ଡା ସମାଜ ଏହି ଲିପିର ପ୍ରଚାର ଓ ବ୍ୟବହାର କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି । ପ୍ରାଥମିକ ଶ୍ରେଣୀ ପାଇଁ ମୁଣ୍ଡାରୀ ଭାଷାରେ ପୁସ୍ତକ ଉପଲବ୍ଧ କରାଗଲାଣି । ବର୍ତ୍ତମାନ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମ ବଙ୍ଗରେ ଏହି ଲିପି ମାଧ୍ୟମରେ ମୁଣ୍ଡାରୀ ଭାଷା ଶିକ୍ଷାଦାନ କରାଯାଉଛି । ଏହି ଲିପି କମ୍ପୁ୍ୟଟରରେ ମଧ୍ୟ ପ୍ରୟୋଗ କରାଯାଇଥିଲେ ବି ଏପର୍ଯ୍ୟନ୍ତ ଏହି ଭାଷାକୁ ସରକାରୀ ସ୍ୱୀକୃତି ପାଇନାହିଁ ।