ଶୀତ ଋତୁରେ ସମସ୍ତଙ୍କ ରୋଷେଇ ଘରେ କିଛି ଥାଉ କି ନଥାଉ ମୂଳା ନିଶ୍ଚିତ ଥାଏ । ସାଧାରଣାତଃ ଶୀତ ଋତୁରେ ମୂଳା ଖାଇବା ସ୍ୱାସ୍ଥ୍ୟପ୍ରତି ବେଶ୍ ଲାଭବାନ ହୋଇଥାଏ । ତେବେ ମୂଳା ଖାଇବା ଦ୍ୱାରା ଆମ ସ୍ୱାସ୍ଥ୍ୟକୁ କ’ଣ ଲାଭ ମିଳିଥାଏ ଆସନ୍ତୁ ଜାଣିବା ।
ଥଣ୍ଡା ଓ କାଶରୁ ବଞ୍ଚାଏ
ସଧାରଣତଃ ଶୀତ ଋତୁରେ ସମସ୍ତଙ୍କୁ ଥଣ୍ଡା ଓ କାଶ ହୋଇଥାଏ । ପ୍ରତିଦିନ ମୂଳା ଖାଇବା ଦ୍ୱାରା ଏହା ଶରୀରକୁ ଥଣ୍ଡା ଓ କାଶ ଭଳି ସମସ୍ୟାରୁ ମକୁକ୍ତି ଦେଇଥାଏ । ଏଥିରେ ଆଣ୍ଟି-କଞ୍ଜୋଷ୍ଟିବ୍ ଗୁଣ ଥାଏ ଯାହା ଗଳାର କଫ ସଫା କରିବାରେ ସହାୟକ ହୋଇଥାଏ ।
ରକ୍ତଚାପ ନିୟନ୍ତ୍ରଣ କରେ
ମୂଳା ଶରୀରର ସୋଡିୟମ୍-ପୋଟାସିୟମ୍ ସନ୍ତୁଳନକୁ ନିୟନ୍ତ୍ରଣ କରି ରକ୍ତଚାପକୁ ନିୟନ୍ତ୍ରଣରେ ।ଖିବାରେ ସାହାର୍ଯ୍ୟ କରେ । ଏଥିସହ ଉଚ୍ଚ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥିାଏ ।
ଚର୍ମକୁ ସୁସ୍ଥ ରଖେ
ମୂଳାରେ ସବୁପ୍ରକାରର ଭିଟାମିନ୍ ରହିବ ସହିତ ଏଥିଣେ ଫସ୍ଫରସ ରହିଥାଏ, ଯାହ ଆମ ଚର୍ମର ଶୁଷ୍କପଣ ଏବଂ ଚର୍ମ ଫାଟିବାରୁ ରକ୍ଷା କରିଥାଏ । ଏଥିସହ ମୂଳାରେ ଅଧିକ ପରିମାଣରେ ପାଣି ରହିଥାଏ ଯାହା ତ୍ୱଚାକୁୁଜ୍ଜଳପଣ ଦେଇଥରଏ ସେଥିପାଇଁ ପ୍ରତିଦିନ ମୂଳା ଖରଇବା ଉଚିତ୍ ।
ମଧୁମେହ ନିୟନ୍ତ୍ରଣ କରେ
ମୂଳାରେ ଥିବା ପ୍ରଚୁର ପରିମାଣର ଫାଇବର ଶରୀରର ମଧୁମେହକୁ ନିୟନ୍ତ୍ରଣ କରିଥାଏ। ସେଥିପାଇଁ ଯେଉଁମାନେ ମଧୁମେହ ରୋଗରେ ପୀଡିତ ସେମାନେ ପ୍ରତିଦିନ ମୂଳା ଖାଇବା ଆବଶ୍ୟକ ।
ଭୋକ ବଢ଼ାଇଥାଏ
ଯଦି କାହାକୁ ଭୋକ ଲାଗୁନଥିବାର ସମସ୍ୟା ଥାଏ ତାଙ୍କୁ ମୂଳା ରସ ସହ ଅଦା ରସ ମିଶାଇ ପିଇବାକୁ ଦିଅନ୍ତୁ । ଏହା କରିବା ଦ୍ୱାରା ଭୋକ ଲାଗିବା ସହ ପେଟ ଜନିତ ରୋଗ ମଧ୍ୟ ଭଲ ହୋଇଥାଏ ।
Prev Post
Next Post