ଭୁବନେଶ୍ୱର,୧୨/୧୧: ଜନତା ମଇଦାନ ଠାରେ ଚାଲିଥିବା ମେକ୍ ଇନ୍ ଓଡିଶା କନକ୍ଲେଭ ବିଜନେସ୍ ଲିଡରସିପ୍ ସମିଟ୍ ଅନୁଷ୍ଠିତ ହୋଇଥିଲା ଏଥିରେ ଉପରୋକ୍ତ ଶିଳ୍ପପତିମାନେ ଓଡିଶାରେ ପୁଂଜି ବିନିଯୋଗ ପାଇଁ ଆଶ୍ୱସନା ଦେଇଛନ୍ତି। ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ୱ ଏବଂ ପ୍ରାକୃତିକ ବିପଯର୍ୟୟକୁ ସଫଳତାର ମୁକାବିଲା କରିଥିବାରୁ ଶିଳ୍ପପତିମାନେ ମୁଖ୍ୟମନ୍ତ୍ରୀଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ବିର୍ଲା ଗ୍ରୁପର ମୁଖ୍ୟ କୁମାର ମଙ୍ଗଲମ୍ ବାଲିଯାତ୍ରାର ଐତିହ୍ୟକୁ ମନେ ପକାଇଥିଲେ। ଓଡିଶାରେ ଶିଳ୍ପ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ଓ କଳର ପୂର୍ଣ୍ଣ ସହଯୋଗ ମିଳୁଛି ବୋଲି ସେ କହିଥିଲେ। ସେହିପରି ସଜ୍ଜନ ଜିନ୍ଦଲ କହିଥିଲେ ଯେ ଶିଳ୍ପଭିତିଭୂମି ପ୍ରତିଷ୍ଠା ପାଇଁ ଓଡିଶାରେ ଯେଉଁ ବାତାବରଣ ରହିଛି ତାହା ସର୍ବୋକୃଷ୍ଠ ।
ଓଡିଶାରେ ଆଗାମୀ 2 ବର୍ଷରେ 2 ବିଲିୟନର ପୁଂଜିନିବେଶ କରିବ ବୋଲି ଆଦିତ୍ୟ ବିର୍ଲା ଗ୍ରୁପ୍ ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲା ଘୋଷଣା କରିଥିବା ବେଳେ ରିଲାଏନ୍ସ ଗ୍ରୁପ୍ ମୁଖ୍ୟ ମୁକେଶ ଅମ୍ବାନୀ 3 ହଜାର କୋଟି ଟଙ୍କା ଓଡିଶାରେ ବିନିଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଆଗାମୀ 2 ବର୍ଷରେ ଆରଏସପି (ରାଉରକେଲା ଷ୍ଟିଲ୍ ପ୍ଲାଂଟ) ଷ୍ଟିଲ ଉତ୍ପାଦନର ପରିମାଣ 4.5 ମିଲିଟନ ଟନ୍ ରୁ 10.5 ମିଲିୟନ୍ ଟନକୁ ବୃଦ୍ଧି କରିବ। 41 ହଜାର କୋଟି ଟଙ୍କା ବିନିଯୋଗ ହେବ ଏବଂ 10 ହଜାର ଲୋକ ପ୍ରତ୍ୟକ୍ଷ ନିଯୁକ୍ତି ପାଇବେ ବୋଲି ସେଲର ଅଧ୍ୟକ୍ଷ ଅନୀଲ କୁମାର ଚୌଧୁରୀ ପ୍ରକାଶ କରିଛନ୍ତି। ଟାଟା ସନ୍ସର ଶ୍ରୀ ଏନ୍ ଚନ୍ଦ୍ରଶେଖରନ୍ କହିଛନ୍ତି ଯେ ଓଡିଶାରେ ଆଉ 23 ହଜାର କୋଟି ଟଙ୍କା ବିନିଯୋଗ କରଯିବ।