ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ : ଟାଟା ୨୫ ହଜାର କୋଟି, ରିଲାଏନ୍ସ ୩ହଜାର କୋଟି, ବିର୍ଲା ୨ ବିଲିୟନ ଡଲାର ପୁଞ୍ଜିନିବେଶ ପାଇଁ ଘୋଷଣା

ଭୁବନେଶ୍ୱର,୧୨/୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗତ କାଲି ଠାରୁ ଆୟୋଜିତ ହୋଇଥିବା ‘ମେକ୍‌ ଇନ୍‌ ଓଡ଼ିଶା’ କନ୍‌କ୍ଲେଭ୍‌’ ରାଜ୍ୟ ପାଇଁ ବେଶ ଫଳପ୍ରଦ ଓ ଲାଭଦାୟକ ସାବ୍ୟସ୍ତ ହୋଇଛି। ଏହି ଦୁଇ ଦିନଆ ସମିଟ୍‌ ଓ କନ୍‌କ୍ଲେଭ୍‌ରେ ଦେଶର ପ୍ରାୟ ସମସ୍ତ ବଡ଼ ବଡ଼ ଶିଳ୍ପଦ୍ୟୋଗୀ ଓ ଶିଳ୍ପପତିମାନେ ଯୋଗ ଦେଇ ରାଜ୍ୟରେ ବିପୁଳ ପରିମାଣର ପୁଞ୍ଜିନିବେଶ କରିବେ ବୋଲି ଘୋଷଣା କରିଛନ୍ତି।

ଏହି କ୍ରମରେ ଦେଶର ସବୁଠାରୁ ବଡ଼ ଓ ବିଶିଷ୍ଟ ଶିଳ୍ପପତି ରିଲାଏନ୍ସ ଗ୍ରୁପ୍‌ ଅଫ୍‌ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଯୋଗଦେଇ ତାଙ୍କ କମ୍ପାନି ଆଗାମୀ ତିନି ବର୍ଷ ମଧ୍ୟରେ ଓଡ଼ିଶାରେ ୩ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ ବୋଲି ଘୋଷଣା କରିଛନ୍ତି।
ସେହିପରି ଟାଟା ସନସ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ନଟରାଜନ୍‌ ଚନ୍ଦ୍ରଶେଖରନ୍‌ ତାଙ୍କ କମ୍ପାନି ଓଡ଼ିଶାରେ ୨୫ ହଜାର କୋଟିର ପୁଞ୍ଜି ନିବେଶ କରିବ ବୋଲି ଘୋଷଣା କରିଛନ୍ତି।ସେହିପରି ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ କୁମାର ମଙ୍ଗଲମ୍‌ ବିର୍ଲା ଆଗାମୀ ୨ ବର୍ଷ ମଧ୍ୟରେ ତାଙ୍କ କମ୍ପାନି ଓଡ଼ିଶାରେ ୨ ବିଲିୟନ ଡଲାରର ପୁଞ୍ଜି ଓଡ଼ିଶାରେ ନିବେଶ କରିବ ବୋଲି ଘୋଷଣା କରିଛନ୍ତି। ସେହିପରି ଏହି ଏହି ଦୁଇ ଦିନଆ ସମିଟ୍‌ ଓ କନ୍‌କ୍ଲେଭ୍‌ରେ ଯୋଗ ଦେଇଥିବା ଉଭୟ ଭାରତୀୟ ଓ ବିଦେଶୀ ଶିଳ୍ପପତି ଓ କମ୍ପାନିମାନେ ମଧ୍ୟ ଆଗାମୀ ଦିନରେ ରାଜ୍ୟରେ ବିପୁଳ ପରିମାଣର ପୁଞ୍ଜିନିବେଶ କରିବା ପାଇଁ ଘୋଷଣା କରିଛନ୍ତି।