ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ଉଦ୍‌ଘାଟିତ

0

ଭୁବନେଶ୍ୱର, ୧୧/୧୧: ଶିଳ୍ପ ମହାକୁମ୍ଭ ମେକ-ଇନ ଓଡ଼ିଶା କନକ୍ଲେଭର ଶୁଭ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନତା ମୈଦାନରେ ଏହି ଉତ୍ସବ ୫ ଦିନ ଧରି ଚାଲିବ । ଏହି କନ୍‌କ୍ଲେଭ୍‌ର ମୁଖ୍ୟ ଉଦ୍ଦେଶ୍ୟ ରହିଛି, ଦେଶ ବିଦେଶରେ ଓଡ଼ିଶାକୁ ପୁଞ୍ଜିନିବେଶର ପସନ୍ଧସ୍ଥଳୀରେ ପରିଣତ କରିବା । ଏହି ଅବସରରେ ଦେଶର କେତେକ ପ୍ରତିଷ୍ଠିତ ଶିଳ୍ପପତି ଯୋଗଦେବାର କାର୍ଯକ୍ରମ ରହିଛି । ତେବେ ଏହି କନକ୍ଲେଭରେ କୌଣସି ଶିଳ୍ପସଂସ୍ଥା ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହେବନାହିଁ ବୋଲି ଜଣାପଡିଛି । ଏଥିରେ ଜାପାନ, ଫ୍ରାନ୍ସ, ଋଷିଆ, ଜର୍ମାନ, ସାଉଦିଆରବ ଓ ୟୁଏଇ ଯୋଗଦେବାଲାଗି ସମ୍ମତି ଜଣାଇଥିବାବେଳେ ଜାପାନ ଏହି କନକ୍ଲେଭର ସହଯୋଗୀ ରହିଛି । ୨୦୧୬ରେ ଅନୁଷ୍ଠିତ ପ୍ରଥମ କନକ୍ଲେଭରେ ଏଠାରେ ଶିଳ୍ପ ପ୍ରତିଷ୍ଠା ଲାଗି ୨୧୪ଟି ଶିଳ୍ପ ସଂସ୍ଥା ଆବେଦନ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ୬୫ଟି ସଂସ୍ଥାର ଭୂମିପୂଜନ ହୋଇଛି ଓ ୩ଟିରୁ ଉତ୍ପାଦନ ଚାଲିଛି ।

Leave A Reply

Your email address will not be published.