ମେଘାଳୟ ଖଣିରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର କରିବାକୁ ଗଲେ ଓଡ଼ିଶା ଅଗ୍ନୀଶମ ଟିମ

0

ଭୁବନେଶ୍ୱର, ୨୮/୧୨ : ମେଘାଳୟର ଏକ ବେଆଇନ କୋଇଲା ଖଣିରେ ପାଣି ଜମିବା କାରଣରୁ ସେଠାରେ ଫସି ରହିଥିବା ୧୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବାରେ ସ୍ଥାନୀୟ କର୍ତ୍ତୁପକ୍ଷଙ୍କୁ ସହାୟତା ଲାଗି ଓଡିଶା ଅଗ୍ନୀସମ ବିଭାଗର ୨୧ ଜଣିଆ ଟିମ ଶୁକ୍ରବାର ମେଘାଳୟ ପହଞ୍ଚିଛି ।
ମେଘାଳୟର ଜୈନ୍ତିଆ ପାହାଡ଼ ଜିଲ୍ଲା କସନ ଗାଁରେ ଥିବା ୩୭୦ ଫୁଟ ଗଭୀର ବେଆଇନ କୋଇଲା ଖଣିରେ ଏହି ଶ୍ରମିକ ମାନେ ଗତ ୧୩ ଡିସେମ୍ବରରୁ ଫସି ରହିଛନ୍ତି । ଅଗ୍ନୀସମ ବିଭାଗର ମହଗା ନିର୍ଦ୍ଦେଶକ ବିକେ ଶର୍ମା କହିଛନ୍ତି, ମୁଖ୍ୟ ଅଗ୍ନୀସମ ଅଧିକାରୀ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ଗଠିତ ୨୦ ଜଣିଆ ଦଳ ଉଚ୍ଚ-ଶକ୍ତି ସମ୍ପନ୍ନ ପମ୍ପ୍‌ ସମେତ ଅନ୍ୟାନ୍ୟ ଉପକରଣ ନେଇ ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ସିଲଙ୍ଗ୍‌ ଯାଇଛନ୍ତି । ଦଳ ପାଖରେ ୨୦ ଟି ଉଚ୍ଚ-ଶକ୍ତି ସମ୍ପନ୍ନ ପମ୍ପ୍‌ ରହିଛି ଏବଂ ପ୍ରତ୍ୟକ ପମ୍ପ ମିନିଟ ପ୍ରତି ୧୬୦୦ ଲିଟର ପାଣି ନିଷ୍କାସନ କରିବ ବୋଲି ସେ କହିଛନ୍ତି । ଏଭଳି ଦୁର୍ବିପାକର ସମ୍ମୁଖୀନ ହୋଇ ପାରୁଥିବା ଅଳ୍ପ କେତେକ ରାଜ୍ୟ ମଧ୍ୟରୁ ଓଡିଶା ଅନ୍ୟତମ । ତେବେ ଆମେ ବହୁତ ଆଗରୁ ଯାଇ ପାରି ଥାଆ;ୁ, କି;ୁ ଗତକାଲି ଏମ୍‌ଏଚ୍‌ଏର ଅନୁରୋଧ ପତ୍ର ପହଞ୍ଚିଲା ବୋଲି ଶ୍ରୀ ଶର୍ମା କହିଛନ୍ତ ।

Leave A Reply

Your email address will not be published.