ମେଦହ୍ରାସ ପାଇଁ କରନ୍ତୁ ପଶ୍ଚିମୋତ୍ତାସନ

0

ମୋଟା କମ୍ବଳ ଆସନ ଉପରେ ବସି ଗୋଡ଼କୁ ସିଧା ଲମ୍ବାନ୍ତୁ । ପାଦ ତଳିପାକୁ ବାହାରକୁ ଯେତେ ଦୂର ସମ୍ଭବ ପ୍ରସାରିତ କରନ୍ତୁ । ଦୁଇ ଗୋଇଠି ଲାଗି ରହିବ । ଗୋଡ଼ ଦୁଇଟି ଜଙ୍ଘଠାରୁ ଗୋଇଠି ଯାଏ ଭୂମିରେ ଲାଗିବ । ଦୁଇ ହାତ ଉପରକୁ ଉଠାଅ ଓ ମୁଣ୍ଡ ଦୁଇ ପାଖରେ ରଖି ଆଗକୁ ଝୁଙ୍କି ପଡ଼ନ୍ତୁ । ଶ୍ୱାସ ତ୍ୟାଗ କରୁକରୁ ଏପରି ଝୁଙ୍କ ଯେପରି ଦୁଇ ହାତ ପାଦକୁ ଛୁଇଁବ । ଦୁଇ ହାତରେ ଦୁଇ ପାଦର ଆଙ୍ଗୁଠିକୁ ଧରନ୍ତୁ । ମୁଖ ଦୁଇ ଆଣ୍ଠୁର ମଧ୍ୟଭାଗରେ ରହିବ । ପେଟ ଖଙ୍କାଳି ଦିଅନ୍ତୁ । ପୁଣି ଦୁଇ ହାତକୁ ଟାଣି ଏପରି ରଖ ଯେମିତି କହୁଣୀ ଭୂମିକୁ ଛୁଇଁବ । ଆସନ କରିବା ସମୟରେ ଆଣ୍ଠୁ ଉପରକୁ ଉଠିବ ନାହିଁ । ଏପରି କିଛି ସମୟ ରହି ମୁଣ୍ଡ ହାତ ଉଠାଇ ଆଣି ବିଶ୍ରାମ କରନ୍ତୁ । ପୁଣି ଅଭ୍ୟାସ କରନ୍ତୁ । ଏହି ଆସନକୁ ପ୍ରାତଃକାଳରେ ପଶ୍ଚିମକୁ ଓ ସନ୍ଧ୍ୟାରେ ପୂର୍ବକୁ ମୁହଁ କରି କରାଯିବା ଲାଭଦାୟକ । ଆଖିତଳ କଳା ପଡ଼େ ନାହିଁ । ଯୋððବନକୁ ଦୀର୍ଘସ୍ଥାୟୀ କରେ । ମେଦହ ୍ରାସ ହୁଏ । ମେରୁଦଣ୍ଡ ସୁସ୍ଥ ଓ ନମନୀୟ ହୁଏ ।

Leave A Reply

Your email address will not be published.