ମେଲବର୍ଣ୍ଣ ଟେଷ୍ଟ : ବିରାଟଙ୍କ ନାଁରେ ଆଉ ଏକ ରେକର୍ଡ

0

ନୂଆଦିଲ୍ଲୀ, ୨୭/୧୨: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ନାଁରେ ପୁଣି ଏକ ନୂଆ ରେକର୍ଡ । ମେଲବର୍ଣ୍ଣ ଟେଷ୍ଟର ଦ୍ୱିତୀୟ ଦିନରେ ନିଜର ୪୭ ରନର ପାଳିକୁ ଆଗକୁ ବଢାଇ ଆଜି ୩୫ ରନ ସଂଗ୍ରହ କରିଥିଲେ । ଏହି ପାଳିରେ ବିରାଟ ଶତକ ହାସଲ କରିବାରୁ ବଞ୍ଚିତ ହୋଇଥିଲେ କିନ୍ତୁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ବିଦେଶୀ ମାଟିରେ ସବୁଠୁ ଅଧିକ ରନ ସଂଗ୍ରହ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି । ବିରାଟ ଏହି ବର୍ଷ ବିଦେଶରେ ୧୧୩୮ ରନ ସଂଗ୍ରହ କରିସାରିଛନ୍ତି ଏବେବି ମେଲବର୍ଣ୍ଣ ଟେଷ୍ଟର ଦ୍ୱିତୀୟ ଇନିଂ ବାକି ଅଛି ।

ଅଧିନାୟକ ବିରାଟ କୋହଲି ୮୨ ରନ କରି ତୃତୀୟ ୱିକେଟ ଭାବେ ମିସେଲ ଷ୍ଟାର୍କରଙ୍କ ଶିକାର ହୋଇଥିଲେ । କିନ୍ତୁ ଆଉଟ ହେବା ପୂର୍ବରୁ ବିଦେଶୀ ମାଟିରେ ଗୋଟିଏ ବର୍ଷରେ ସର୍ବାଧିକ ରନ କରିବାର ରାହୁଲ ଦ୍ରାବିଡଙ୍କ ୧୬ ବର୍ଷର ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ ନିଜ ନାଁରେ କରିଛନ୍ତି । ଏହି ବର୍ଷ ବିଦେଶରେ ଖେଳିଥିବା ୧୧ ଟି ଟେଷ୍ଟ ମ୍ୟାଚର ୨୧ ଇନିଂରେ ବିରାଟ ୧୧୩୮ ରନ ସଂଗ୍ରହ କରିଛନ୍ତି । ଏହା ପୂର୍ବରୁ ଏହି ରେକର୍ଡ ପୂର୍ବତମ କ୍ରିକେଟର ରାହୁଲ ଦ୍ରାବିଡଙ୍କ ନାଁରେ ଥିଲା । ୨୦୦୨ ମସିହାରେ ବିଦେଶରେ ରାହୁଲ ଦ୍ରାବିଡ ୧୧୩୭ ରନ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.