ଭୁବନେଶ୍ୱର,୨/୧: ଆସନ୍ତା ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀ ପୁରୀରୁ ନିର୍ବାଚନ ଲଢ଼ିବା ପ୍ରସଙ୍ଗ ଏବେ ସମସ୍ତଙ୍କ ମନରେ ଏକ କୌତୁହଳ ସୃଷ୍ଟି କରିଛି । ଜାତୀୟ ଗଣମାଧ୍ୟମରେ ଦେଇଥିବା ସାକ୍ଷାତକାରରେ ମୋଦୀ ମଧ୍ୟ ଏ ନେଇ କିଛି ସ୍ପଷ୍ଟ ସୂଚନା ଦେଇ ନାହାଁନ୍ତି । କିନ୍ତୁ ଓଡ଼ିଶା ରାଜନୀତିରେ ଏହା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ତେବେ ମୋଦୀ ନିର୍ବାଚନ ଲଢ଼ିବା ପ୍ରସଙ୍ଗକୁ ଏହାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ । ପୁରୀରୁ ମୋଦୀ ନିର୍ବାଚନ ଲଢ଼ିବା ୯୦ ପ୍ରତିଶତ ସମ୍ଭାବନା ରହିଛି ବୋଲି ବିଜେପି ବିଧାୟକ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି ।
ବିଧାୟକ କହିଛନ୍ତି ଯେ ମୋଦୀ ପୂର୍ବରୁ ଓଡ଼ିଶା ଉପରେ ଫୋକସ୍ କରିଛନ୍ତି । ଏହା ସହିତ ସେ ପୁରୀକୁ ମଧ୍ୟ ବହୁତ ଭଲ ପାଆନ୍ତି । ସେ ଗତଥର ପୁରୀ ମହାପ୍ରଭୁ ଜଗନ୍ନାଥଙ୍କ ଆର୍ଶୀବାଦ ନେଇ ବାରଣାସୀରେ ଲଢ଼ି ବିଜୟୀ ହୋଇଥିଲେ । ବାରଣାସୀ ଭଳି ପୁରୀ ମଧ୍ୟ ଏକ ପ୍ରସିଦ୍ଧ ତୀର୍ଥ ସ୍ଥାନ । ତେଣୁ ପୁରୀରୁ ନିର୍ବାଚନ ଲଢ଼ିବା ପ୍ରସଙ୍ଗକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଶ୍ରୀ ପୁରୋହିତ କହିଛନ୍ତି । ତେବେ ମୋଦୀ ପୁରୀରୁ ନିର୍ବାଚନ ଲଢ଼ିବେ ଆମେ ବହୁତ ଆଶାବାଦୀ ଅଛୁ ବୋଲ ସେ କହିଛନ୍ତି ।