ମୋଟି କହିଲେ, କ୍ଷମା ମାଗିଲେ

0

ରାଜସ୍ଥାନ, ୮/୧୨ : ରାଜସ୍ଥାନର ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଓଜନକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦ ଘେରରେ ଫସିଥିବା ଜେଡିୟୁ ନେତା ଶରଦ ଯାଦବ ବସୁନ୍ଧରାଙ୍କୁ କ୍ଷମା ମାଗିଛନ୍ତି । ଶରଦ କହିଛନ୍ତି କି, ବସୁନ୍ଧରା ରାଜେଙ୍କ ପରିବାର ସହ ମୋର ପୁରୁଣା ସମ୍ପର୍କ ରହିଛି । ଯଦି ମୋ ଶବ୍ଦ ତାଙ୍କୁ ଆଘାତ ଦେଇଛି ତେବେ ଏନେଇ ମୁଁ କ୍ଷମା ପ୍ରାର୍ଥନା କରୁଛି । ଏଥି ପାଇଁ ମୁଁ ତାଙ୍କୁ କ୍ଷମା ପ୍ରାର୍ଥନା ପତ୍ର ମଧ୍ୟ ଲେଖିବାକୁ ପ୍ରସ୍ତୁତ ଅଛି । ଜେଡିୟୁ ନେତା ଶରଦ ଯାଦବ ରାଜସ୍ଥାନର ଏକ ନିର୍ବାଚନୀ ସଭାକୁ ସମ୍ବୋଧୀତ କରୁଥିବା ସମୟରେ ବସୁନ୍ଧରା ରାଜେଙ୍କ ଉପରେ ଟିªଣୀ ଦେଇଥିଲେ । ସେ କହିଥିଲେ କି, ବସୁନ୍ଧରା ରାଜେଙ୍କୁ ଆରାମ କରିବାକୁ ଦିଅ, ସେ ବହୁତ ଥକି ଗଲେଣି, ମଧ୍ୟ ପ୍ରଦେଶର ଏହି ଝିଅଟି ବହୁତ ମୋଟି ହୋଇଗଲେଣି । ତେବେ ତାଙ୍କ ବୟାନକୁ ନେଇ ହଙ୍ଗାମା ହେବା ପରେ ସେ କ୍ଷମା ପ୍ରାର୍ଥନା କରିଛନ୍ତି । କାହାକୁ ଅପମାନିତ କରିବାର ମୋର କୌଣସି ଉଦ୍ଦେଶ୍ୟ ନଥିଲା ବୋଲି ସେ କହିଛନ୍ତି ।

Leave A Reply

Your email address will not be published.