ମୋଦିଙ୍କୁ ଭେଟିଲେ ବଲିଉଡ୍‌ ସେଲିବ୍ରିଟି, ‘ସେଲ୍‌ଫି’ ଭାଇରାଲ୍‌

ନୂଆଦିଲ୍ଲୀ,୧୧/୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଏକ ପ୍ରତିନିଧି ଦଳ ଗୁରୁବାର ନୂଆଦିଲ୍ଲୀରେ ଭେଟିବା ବେଳେ ନେଇଥିବା ସେଲ୍‌ଫି ଏବେ ସୋଶାଲ୍ ମିଡିଆରେ ଖୁବ୍‌ ଭାଇରାଲ୍ ହୋଇଛି। ବଲିଉଡ୍‌ ଷ୍ଟାର୍‌ ରଣବୀର୍‌ ସିଂହ ଫିଲ୍ମ ତାରକାଙ୍କ ଗହଣରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏହି ସେଲ୍‌ଫିଟି ନେଇଥିବାବେଳେ ପ୍ରଯୋଜକ କରନ୍‌ ଜୋହର୍‌ ଓ ଏକ୍‌ତା କପୁର୍‌ ଏହି ଫଟୋକୁ ନିଜ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେଆର୍‌ କରିଛନ୍ତି।

ଗୁରୁବାର କେନ୍ଦ୍ର ସରକାର ଫିଲ୍ମ ଟିକେଟ୍‌ରୁ ଜିଏସ୍‌ଟି ହ୍ରାସ ନିଷ୍ପତ୍ତି ନେବା ପରେ ବି’ ଟାଉନ୍‌ର ଏହି ପ୍ରତନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇବା ସହ ଫିଲ୍ମ ଇଣ୍ଡଷ୍ଟ୍ରୀର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତକାର ସୌଜନ୍ୟମୂଳକ ଥିଲା ବୋଲି ଏହି ସିନେ ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଛି।