ମୋଦିଙ୍କ ସହିତ ରାହୁଲଙ୍କ ମୁକାବିଲା : ପ୍ରିୟଙ୍କା

0

ଲକ୍ଷ୍ନୌ,୧୩/୨: ଉତ୍ତରପ୍ରଦେଶରେ କଂଗ୍ରେସ ଆରମ୍ଭ କରିଛି ନିର୍ବାଚନୀ ପ୍ରଚାର। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏଠାରେ ଡେରା ପକାଇ ଭୋଟରଙ୍କୁ ହାତେଇବା ପ୍ରୟାସ କରୁଥିବା କୁହାଯାଉଛି। ଏହି ମର୍ମରେ ପ୍ରିୟଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁକାବିଲା କରୁଛନ୍ତି କି ବୋଲି ପଚରାଯାଇଥିବା ପ୍ରଶ୍ନର ଉତ୍ତର ଏନେଇ ଜାରି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛି। ପ୍ରିୟଙ୍କା କହିଛନ୍ତି ଯେ ମୋଦିଙ୍କ ସହିତ ରାହୁଲଙ୍କ ମୁକାବିଲା ହେଉଛି ମୋର ନୁହେଁ। ସେ ଦଳର ସାଂଗଠନିକ କ୍ଷେତ୍ରକୁ ସୁଦୃଢ଼ କରିବେ ବୋଲି କହିଛନ୍ତି।

Leave A Reply

Your email address will not be published.