ମୋଦୀ-ପୁତିନ ଆଲୋଚନା : ରୁଷ ଓ ଭାରତ ମଧ୍ୟରେ ୮ଟି ଚୁକ୍ତି ସ୍ଵାକ୍ଷରିତ

0

ନୂଆଦିଲ୍ଲୀ,୫/୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ମଧ୍ୟରେ ଶୁକ୍ରବାର ଦ୍ଵିପାକ୍ଷିକ ଆଲୋଚନା ହୋଇଛି। ଦୁଇ ଦେଶ ମଧ୍ୟରେ ସବୁଠୁ ଗୁରୁତ୍ଵପୂର୍ଣ୍ଣ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମକୁ ନେଇ ରାଜିନାମା ହୋଇଛି। ଏହା ବ୍ୟତୀତ ଉଭୟ ଦେଶ ମଧ୍ୟରେ ମହାକାଶ ବିଜ୍ଞାନ କ୍ଷେତ୍ର ସହିତ ମୋଟ୍ ୮ଟି ରାଜିନାମା ହୋଇଛି। ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ଦୁଇ ଦେଶର ଉଚ୍ଚପ୍ରତିନିଧିସ୍ତରୀୟ ଆଲୋଚନା ହୋଇଛି। ଦ୍ଵିପାକ୍ଷିକ ଆଲୋଚନା ପରେ ପିଏମ ମୋଦୀ ଓ ରାଷ୍ଟ୍ରପତି ପୁତିନ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ପିଏମ ମୋଦୀ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ପ୍ରତିନିଧିଙ୍କୁ ସ୍ଵାଗତ କରି ମୁଁ ବହୁତ ଖୁସି। ରୁଷ ସହିତ ନିଜର ସମ୍ବନ୍ଧକୁ ଭାରତ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛି। ପରିବର୍ତ୍ତନଶୀଳ ଯୁଗରେ ଭାରତ ଓ ରୁଷ ସଂପର୍କ ଅଧିକ ପ୍ରାସଙ୍ଗିକତା ହୋଇ ଯାଇଛି। ଆଜି ନିଆଯାଇଥିବା ନିର୍ଣ୍ଣୟ ଦୁଇ ଦେଶକୁ ଅଧିକ ଶକ୍ତିଶାଳୀ କରିବ। ଉଲ୍ଲେଖଯୋଗ୍ୟ ଭାରତ ଓ ରୁଷ ମଧ୍ୟରେ ହୋଇଥିବା ଏସ-୪୦୦ ରାଜିନାମା ଉପରେ ଆମେରିକା ତୀକ୍ଷ୍ଣ ନଜର ରଖିଛି। ଆମେରିକାର ଆପତ୍ତିକୁ ଅଣଦେଖା କରି ଭାରତ ରୁଷ ସହିତ ଏହି ରାଜିନାମା ସ୍ଵାକ୍ଷରିତ କରିଛି।

Leave A Reply

Your email address will not be published.