ନୂଆଦିଲ୍ଲୀ, ୬/୧୨ : ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଭାରତୀୟ ବ୍ୟାଙ୍କଗୁଡିକର ଟଙ୍କା ଫେରସ୍ତକୁ ନେଇ ଗୁରୁବାର ପୁଣିଥରେ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି, ମୋର ଟଙ୍କା ଫେରସ୍ତ କରିବାର ପ୍ରସ୍ତାବ ସହ ମୋର କିମ୍ବା ମିଶେଲଙ୍କ ପ୍ରତ୍ୟର୍ପଣର କୌଣସି ଲିଙ୍କ ନାହିଁ । ମୁଁ କେବଳ ଏତିକି ଚାହେଁ ସମ୍ପୁର୍ଣ୍ଣ ଟଙ୍କା ଫେରସ୍ତ ନିଆଯାଉ ଏବଂ ମତେ ଚୋର ବୋଲି କୁହାନଯାଉ । ବ୍ରିଟେନର ଏକ ଅଦାଲତରେ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ଜାରି ରହିଛି । ଭାରତରୁ ପାଖାପାଖି ୯ ହଜାର କୋଟି ଟଙ୍କା ନେଇ ଦେଶଛାଡି ପଳାଇଥିବା ମାଲ୍ୟାଙ୍କୁ ଭାରତ ଆଣିବାକୁ ଚେଷ୍ଠା କରାଯାଉଛି । ମାଲ୍ୟା ନିଜ ଟ୍ୱିଟରରେ ଲେଖିଛନ୍ତି, ମୁଁ ଆଦରପୂର୍ବକ ସମସ୍ତ ଟିªଣୀକାରୀଙ୍କୁ କହିବାକୁ ଚାହୁଁଛି କି, ମୋ ଋଣ ଫେରସ୍ତର ଅଫର ସହ ମୋର କିମ୍ବା ମିଶେଲଙ୍କ ପ୍ରତ୍ୟର୍ପଣର କୌଣସି ପ୍ରକାର ଲିଙ୍କ ନାହିଁ । ତେଣୁ ମୁଁ ଆବେଦନ କରୁଛିକି ମୁଁ ଯେଉଁଠାରେ ବି ଉପସ୍ଥିତ ଅଛି ସେଠାରୁ ସମ୍ପୁର୍ଣ୍ଣ ଟଙ୍କା ନେଇଯାଅ ।
ଏହା ପୂର୍ବରୁ ମାଲ୍ୟା ବୁଧବାର କହିଥିଲେ କି, ସେ ଭାରତୀୟ ବ୍ୟାଙ୍କର ସମସ୍ତ ଋଣ ଫେରସ୍ତ କରିବାକୁ ପ୍ରସ୍ତୁତ ଅଛନ୍ତି । ସେ ବ୍ୟାଙ୍କ ଗୁଡିକର ୧୦୦ % ମୂଳ ଧନ ଫେରସ୍ତ କରିବେ, କି;ୁ ସୁଧ ଦେଇ ପାରିବେ ନାହିଁ । ଏହା ବ୍ୟତିତ ସେ କହିଥିଲେ କି, ମିଡିଆ ଓ ନେତା ମାନେ ତାଙ୍କୁ ଭୁଲ୍ ଉପାୟରେ ଡିଫଲଫର ଭାବେ ଉପସ୍ଥାପନ କରୁଛନ୍ତି ।
Prev Post
Next Post