ଭୁବନେଶ୍ୱର, ୨୩/୧୧: ନିକଟରେ ରାଜ୍ୟ ସରକାରଙ୍କ ଦ୍ୱାରା ଯାତ୍ରୀଙ୍କ ଯାତାୟାତ ସୁବିଧା ପାଇଁ ମୋ ବସ୍ ସେବା ଆରମ୍ଭ କରାଯାଇଥିବା ବେଳେ ଏବେ ଯାତ୍ରୀଙ୍କ ସ୍ୱାସ୍ଥ୍ୟପ୍ରତି ଯନିବାନ ହେବା ଲକ୍ଷରେ ମୋ ସାଇକେଲ୍ ସେବା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ରାଜଧାନୀରେ ପ୍ରଥମ ପର୍ଯ୍ୟାୟରେ ୨୦୦୦ ସାଇକେଲ୍ ଗଡ଼ିବ । ଆସନ୍ତା ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସାଇକେଲ୍’ ପ୍ରକଳ୍ପକୁ ଉଦ୍ଘାଟନ କରିବେ ବୋଲି ଜଣାପଡ଼ିଛି । ଏହି ସାଇକେଲ୍ ଜିପିଏସ୍ ବ୍ୟବସ୍ଥାରେ ଚାଲିବାକୁ ଥିବା ବେଳେ ଅନ୍ଲାଇନ୍ରେ ବୁକିଂ ବ୍ୟବସ୍ଥା ବି ରହିଛି । ଗଡ଼ିବାକୁ ଥିବା ୨୦୦୦ ସାଇକେଲ୍ରେ ହେକ୍ସି ବାଇକ୍ ୧୦୦୦ଟି ହିରୋ ସାଇକେଲ୍ ଯୋଗାଇବାକୁ ଥିବାବେଳେ ୟାନା ଓ ୟୁଲୁ ସଂସ୍ଥା ୫୦୦ଟି ଲେଖାଏଁ ସାଇକେଲ୍ ଯୋଗାଇଛନ୍ତି । ସାଇକେଲ୍ ଚାଳକଙ୍କ ଯାତାୟାତରେ ଯେପରି କିଛି ସମସ୍ୟା ନ ଉପୁଜିବ ସେଥିପାଇଁ ସ୍ୱତନ୍ତ୍ର ସାଇକେଲ୍ ଟ୍ରାକ୍ ବି ନିର୍ମାଣ ହୋଇଛି ।