ଆବଶ୍ୟକୀୟ ସାମଗ୍ରୀ:
ମଇଦା-୧ କପ୍
କଣ୍ଡେନ୍ସ ମିá-୧/୨ କପ୍
ଚିନି ପାଉଡର-୧/୨କପ୍
ଗୁଜୁରାତି ଗୁଣ୍ଡ-୧/୨ ଛୋଟ ଚାମଚ୍
କ୍ଷୀର-୧/୨ କପ୍
ଘିଅ-୧/୩କପ୍(ତରଳ)
ଲୁଣ- ୧/୪ ଛୋଟ ଚାମଚ
ବେକିଂ ପାଉଡର-୧ ଛୋଟ ଚାମଚ
ବେକିଂ ସୋଢା-୧/୪ ଛୋଟ ଚାମଚ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ମଇଦା, ବେକିଂ ସୋଢା ଏବଂ ପାଉଡରକୁ ଏକାଥରେ ଗୋଟିଏ ପାତ୍ରରେ ଛାଣି ଦେବେ । ଏହାପରେ ଅନ୍ୟ ଗୋଟିଏ ପାତ୍ରରେ କଣ୍ଡେନ୍ସ ମିá, ଘିଅ ଆମ୍ବରସକୁ ମିଶାଇ ଭଲଭାବେ ଫେଣ୍ଟିଦେବେ । ଫେଣ୍ଟିବାପରେ ସେଥିରେ ଲୁଣ, ଚିନିି ଗୁଣ୍ଡ, ଗୁଜୁରାତୀ ଗୁଣ୍ଡ ପକାଇ ଭଲଭାବେ ମିକ୍ସ କରିବେ। ଏଥିରେ ପୂର୍ବରୁ ପ୍ରସ୍ତୁତ ମଇଦା ମିଶ୍ରଣ ମିଶାଇବା ପରେ ଯଦି ମିଶ୍ରଣ ବହଳିଆ ଲାଗେ ତେବେ ମିଶ୍ରଣରେ କିଛି କ୍ଷୀର ମିଶାଇଦେବେ । ଏବେ ଆପଣ ଓଭନ୍ରେ ୧୮୦ ଡିଗ୍ରୀ ଗରମ କରିବାକୁ ବସାଇ ଦେବେ । ମଫିନ ଟ୍ରେରେ ତେଲ ଲଗାଇ ରଖିବେ ଏହା ବ୍ୟତୀତ ଆପଣ ପେପର କପ୍ ବ୍ୟବହାର ମଧ୍ୟ କରିପାରିବେ । ଚାମଚ ସାହାଯ୍ୟରେ ମିଶ୍ରଣକୁ ଛାଞ୍ଚର ୩/୪ ଭାଗ ପଯ୍ୟନ୍ତ ଭରି ଓଭନ ଗରମ ହେବା ପରେ ଛାଞ୍ଚଟିକୁ ଓଭନର ଜାଲି ଉପରେ ୨୦ ମିନିଟ ଟାଇମ ସେଟ କରି ରଖିବେ। ୨୦ ମିନଟ ପରେ ଛାଞ୍ଚକୁ ଓଭନ ଭିତରୁ ବାହାର କରିବେ । ଏହାପରେ ଆପଣଙ୍କର ପ୍ରସ୍ତୁତ ହୋଇଯିବ ମ୍ୟାଙ୍ଗୋ ମଫିନ ।
Prev Post
Next Post