ମୟୂରଭଞ୍ଜରେ କଂଗ୍ରେସର ଜନ ଜାଗରଣ ଯାତ୍ରା

0

କପ୍ତିପଦା,୧୫/୧୧: ମୟୂରଭଞ୍ଜ ଜିଲ୍ଲାରେ କଂଗ୍ରେସ ପକ୍ଷରୁ ଜନଜାଗରଣ ଯାତ୍ରା ଆରମ୍ଭ ହୋଇଛି। ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି। କପ୍ତିପଦା ବ୍ଲକ୍‌ ଜାମବଣି ପଞ୍ଚାୟତର ନୂଆସାହି ବୀରାପାନ୍ ପଡିଆରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଝରଣଘାଟିଠାରେ ପହଞ୍ଚିବା ପରେ ତାଙ୍କୁ ମାଦଳ, ଧୂମ୍‌ସା ତାଳେ ତାଳେ ସ୍ବାଗତ କରାଯାଇଥିଲା। ଏହାପରେ ଆୟୋଜିତ ସଭାରେ ଶ୍ରୀ ପଟ୍ଟନାୟକ ରାଜ୍ୟରେ ବିଜେଡ଼ି ସରକାର ଏବଂ କେନ୍ଦ୍ର‌େର ମୋଦୀ ସରକାରଙ୍କ ଉପରେ ବର୍ଷିବା ସହ ସମସ୍ତ ଭେଦଭାବ ଭୁଲି କଂଗ୍ରେସ କର୍ମୀମାନେ ଏକାଠି ହେବାକୁ ଆହ୍ବାନ ଦେଇଥିଲେ। ଜିଲ୍ଲା ସଭାପତି ହେମନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ସୁଶୀଳା ତିରିଆ, ତିରୁପତି ପାଣିଗ୍ରାହୀ, ସର୍ବଭାରତୀୟ ଆଦିବାସୀ ସେଲ୍‌ ଉପାଧ୍ୟକ୍ଷ ଶ୍ୟାମସୁନ୍ଦର ହାଁସଦା, ପୂର୍ବତନ ମନ୍ତ୍ରୀ ସରସ୍ବତୀ ହେମ୍ବ୍ରମ୍ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.