ମୟୂରଭଞ୍ଜ ଜିଲ୍ଲାରେ ରେଳ ପ୍ରକଳ୍ପକୁ ମଂଜୁରୀ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର, ୨୮/୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ରେଳ ପ୍ରକଳ୍ପ ଗୁଡିକୁ ମଂଜୁରୀ ପ୍ରଦାନ କରିବାକୁ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଅନୁରୋଧ କରିଛନ୍ତି । ଶୁକ୍ରବାର ଦିନ ଶ୍ରୀ ପଟ୍ଟନାୟକ ଏକ ପତ୍ର ଲେଖି ଏହି ଅନୁରୋଧ କରିଛନ୍ତି ।
ଶ୍ରୀ ପଟ୍ଟନାୟକ ତାଙ୍କ ପତ୍ରରେ କହିଛନ୍ତି ଯେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷୀ-ଗୋରୁ ମହିଷାଣୀ ତଥା ବୁଡମରା ଓ ଝାଡଖଣ୍ଡର ଚାକୁଳିଆ ଯାଏ ରେଳ ପ୍ରକଳ୍ପକୁ ମଂଜୁରୀ ଦିଆଯାଉ। ଏହି ପ୍ରକଳ୍ପ ଗୁଡିକ ପାଇଁ ଓଡିଶାରେ ରାଜ୍ୟ ସରକାର ନିଶୁଳ୍କ ଜମି ଯୋଗାଇଦେବେ। ପ୍ରକଳ୍ପ ଦ୍ୱାରା ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶାକୁ ଲାଭ ମିଳିବ । ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ସହାୟକ ହେବ ବୋଲି ଏହି ପତ୍ରରେ ଉଲ୍ଲେଖ କରାଯାଇଛି।

Leave A Reply

Your email address will not be published.