ଶ୍ରୀନଗର, ୧୩/୧୨ : ବିଶାଲ ଭରଦ୍ୱାଜଙ୍କ ଫିଲ୍ମ ‘ହୈଦର’ରେ ଶାହିଦ କପୁରଙ୍କ ସହ ଅଭିନୟ କରିଥିବା କାଶ୍ମୀର ଯୁବକ ସାକିବ ବିଲାଲ ଯବାନଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି । ଏହି ଅଭିନେତା ଆକଫରରୁ ଆତଙ୍କବାଦୀ ପାଲଟିଯାଇଥିଲେ ଏବଂ ଲସ୍କର-ଏ-ତାଇବା ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିଲେ । ଶାହିଦ କପୁରଙ୍କ ସହ କାମ କରିଥିବା ସାକିବ ଜଣେ ମଞ୍ଚ ଅଭିନେତା ଥିଲେ । ଚଳିତ ବର୍ଷ ଅଗଷ୍ଟ ମାସରେ ସେ ଆଉ ଜଣେ କାଶ୍ମୀର ଯୁବକଙ୍କ ସହ ମିଶି ଘରଛାଡି ପଳାଇଥିଲେ। ଗତ ଡିସେମ୍ବରରେ ୯ ତାରିଖରେ ଶ୍ରୀନଗର ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଦୀର୍ଘ ୧୮ ଘଣ୍ଟା ଧରି ହୋଇଥିବା ଗୁଳି ବିନିମୟରେ ସାକିବ ଏବଂ ସେହି ଯୁବକର ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ତେବେ ଏହି ୨ ଯୁବକ ଗତ ଅଗଷ୍ଟ ମାସ ୩୧ ତାରିଖରେ ଘର ଛାଡି ପଳାଇଥିଲେ । ବିଲାଲଙ୍କ ଘର ଛାଡିବା ପରେ ଆତଙ୍କବାଦୀ ସଂଗଠନରେ ସାମିଲ ହେବା ନିଷ୍ପତ୍ତିକୁ ତାଙ୍କ ପରିବାର ଲୋକେ ବୁଝି ପାରି ନଥିଲେ । ସେମାନେ ସବୁଆଡେ ଖୋଜିବାକୁ ପ୍ରୟାସ କରିଥିଲେ ମଧ୍ୟ ସେଥିରେ ଅସଫଳ ହୋଇଥିଲେ । ତେବେ କିଛି ଦିନ ପୂର୍ବରୁ ବିଲାଲର ଏକ ବନ୍ଧୁକ ଧରା ଫଟୋ ଆସିବା ପରେ ସେ ଆତଙ୍କବାଦୀ ପାଲଟିଯାଇଥିବା ସ୍ପଷ୍ଟ ହୋଇଥିଲା । ସାକିବର ମା କହିଛନ୍ତି କି, ତାକୁ ମଞ୍ଚ ଅଭିନୟ ଏବଂ ଫୁଟବଲର ସଉକ ଥିଲା । ଏହା ସହ ସେ କ୍ରିକେଟ ମଧ୍ୟ ଭଲ ଖେଳୁଥିଲା । ସାକିବର ମାମୁ ଅସୀମଙ୍କ ଅନୁଯାୟୀ, ତାକୁ ଇଞ୍ଜିନିୟରିଂରେ ଆଗ୍ରହ ଥିଲା । ସେ ଆତଙ୍କବାଦୀ କାହିଁକି ସାଜିଲା ଆମେ ବୁଝି ପାରୁନୁ । ସେଦିନ ସେ ଘରର ସଉଦା ପାଇଁ ଯାଇଥିଲା କି;ୁ ଆଉ ଘରକୁ ଫେରି ନଥିଲା । ଦେଖିଥିବା ଲୋକ କୁହନ୍ତି ଏ ଦୁଇ ଜଣ ସେଦିନ ଅନ୍ୟଜଣେ ବାଇକ ଆରୋହୀଙ୍କ ପଛରେ ବସି ଯାଉଥିଲେ । ବିଲାଲ ୧୦ମ ଶ୍ରେଣୀ ଡିଷ୍ଟିଂକସନରେ ପାସ କରି ବିଜ୍ଞାନରେ ଏକାଦଶ ପଢ଼ୁଥିଲେ ।