ନୂଆଦିଲ୍ଲୀ, ୧୧/୧୨: ଆହ୍ଲାବାଦଠାରେ ଯମୁନା ନଦୀରେ ଡଙ୍ଗା ବୁଡ଼ିଯିବାରୁ ତିନି ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୫ ଜଣ ନିଖୋଜ ଅଛନ୍ତି । ତେବେ ଡଙ୍ଗାରେ ଥିବା ଅନ୍ୟ ୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଡଙ୍ଗାରେ ଥିବା କଣା ପାଇଁ ଏହି ଅଘଟଣ ଘଟିଥିବା ତଦନ୍ତରୁ ଜଣାପଡ଼ିଛି । ଡଙ୍ଗାଟି ସଙ୍ଗମରୁ ମାନକାମେଶ୍ୱର ମନ୍ଦିର ଆଡ଼କୁ ଯିବା ବାଟରେ ହଠାତ୍ ବୁଡ଼ି ଯାଇଥିଲା । ନିଖୋଜମାନଙ୍କୁ ପାଣିରୁ ଉଦ୍ଧାର କରିବା ନିମନ୍ତେ ଏନïିଆର୍ଏଫ୍ ଏବଂ ଏସïିଆର୍ଏଫ୍ର ନିୟୋଜିତ ହୋଇଛନ୍ତି ।